ସରକାରୀ ବ୍ୟାଙ୍କରେ ନିଯୁକ୍ତି ହ୍ରାସ: ମାସିକ ଯୋଜନା ମାଗିଲେ ସରକାର

କାହିଁକି ଅଚଳ ହୋଇଥିଲା ଏସବିଆଇର ଇଣ୍ଟରନେଟ ବ୍ୟାଙ୍କିଙ୍ଗ୍ ସେବା ?

Image Courtesy of OneIndia

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କ ଶାଖାଗୁଡ଼ିକରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଗ୍ରାମାଞ୍ଚଳର ଲୋକମାନେ ଏବେବି ଶାଖାକୁ ଯାଇ କାରବାର କରିବାକୁ ପସନ୍ଦ କରୁଥିଲେ ମଧ୍ୟ ସେଠାରେ କିରାଣୀ ବର୍ଗରେ କର୍ମଚାରୀଙ୍କ ଘୋର ଅଭାବ ରହିଛି। ଗତ ୧୦ ବର୍ଷରେ ସରକାରୀ ବ୍ୟାଙ୍କ ଶାଖା ସଂଖ୍ୟା ୨୮% ବଢ଼ିଥିବା ବେଳେ ସେହି ସମୟରେ କର୍ମଚାରୀ ସଂଖ୍ୟା କିନ୍ତୁ ହ୍ରାସ ପାଇଛି। ଡିଜିଟାଲ୍ କାରବାର ଓ ଏଟିଏମ୍ ବ୍ୟବହାର ବଢ଼ିବା ପରେ କର୍ମଚାରୀ ସଂଖ୍ୟା କମିଛି। ଦଶ ବର୍ଷ ପୂର୍ବେ ଦେଶରେ ୬୭,୪୬୬ ବ୍ୟାଙ୍କ ଶାଖା ଓ ୫୮,୧୯୩ଟି ଏଟିଏମ୍ ଥିଲା। ୨୦୨୧ ମାର୍ଚ୍ଚ ସୁଦ୍ଧା ଶାଖା ସଂଖ୍ୟା ୮୬,୩୧୧କୁ ବୃଦ୍ଧି ପାଇଥିବା ବେଳେ ଏଟିଏମ୍ ସଂଖ୍ୟା ୧.୪ ଲକ୍ଷରେ ପହଞ୍ଚିଛି। ୨୦୧୦-୧୧ରେ ସରକାରୀ ବ୍ୟାଙ୍କରେ ୭.୭୬ ଲକ୍ଷ କର୍ମଚାରୀ ଥିଲେ। ଦଶ ବର୍ଷ ପରେ ଅର୍ଥାତ ୨୦୨୦-୨୧ରେ ସେମାନଙ୍କ ସଂଖ୍ୟା ୭.୭୧ ଲକ୍ଷକୁ ହ୍ରା‌ସ ପାଇଛି। ଅଫିସର ବର୍ଗରେ କର୍ମଚାରୀଙ୍କ ସଂଖ୍ୟା ୨୬% ବଢ଼ିଥିବା ‌ବେଳେ କିରାଣୀ ଓ ଅଧସ୍ଥନ କର୍ମଚାରୀଙ୍କ ସଂଖ୍ୟା କମିଛି।

ସରକାରୀ ବ୍ୟାଙ୍କଗୁଡ଼ିକରେ ନିଯୁକ୍ତି ସଂଖ୍ୟା ହ୍ରାସକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି। ମାସିକ ନିଯୁକ୍ତି ଯୋଜନା ଦାଖଲ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ଅର୍ଥ ମନ୍ତ୍ରାଳୟ କହିଛି। ଅର୍ଥ ସେବା ସଚିବ ସଞ୍ଜୟ ମଲହୋତ୍ରା ବ୍ୟାଙ୍କ ପ୍ରତିନିଧିମାନଙ୍କୁ ଭେଟି ଆଲୋଚନା କରିବେ। ଚଳିତ ମାସ ୨୮ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କ ମୁଖ୍ୟମାନଙ୍କୁ ଭେଟିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe