Jobs BHU Recruitment-2025: ବିଏଚୟୁ ନିଯୁକ୍ତି ୨୦୨୫: ୮ମ ଶ୍ରେଶୀ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଚାକିରି ସୁଯୋଗ

Advertisment

ଦେଶର ସବୁଠାରୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମଧ୍ୟରୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ -୨୦୨୫ବର୍ଷ ପାଇଁ ନୂତନ ନିଯୁକ୍ତିର ଘୋଷଣା କରିଛି। ଏହି ନିଯୁକ୍ତି ଅଧୀନରେ ପ୍ରୋଗ୍ରାମ ଆସିସଷ୍ଟାଣ୍ଟ, ୱାର୍ଡ ସହାୟକ ଏବଂ ପରିମଳ କର୍ମଚାରୀ ଭଳି ପଦବୀ ପାଇଁ ନିଯୁକ୍ତି ଦିଆଯିବ।

Updated On

ଦେଶର ସବୁଠାରୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମଧ୍ୟରୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ -୨୦୨୫ବର୍ଷ ପାଇଁ ନୂତନ ନିଯୁକ୍ତିର ଘୋଷଣା କରିଛି। ଏହି ନିଯୁକ୍ତି ଅଧୀନରେ ପ୍ରୋଗ୍ରାମ ଆସିସଷ୍ଟାଣ୍ଟ, ୱାର୍ଡ ସହାୟକ ଏବଂ ପରିମଳ କର୍ମଚାରୀ ଭଳି ପଦବୀ ପାଇଁ ନିଯୁକ୍ତି ଦିଆଯିବ।

ଅଦ୍ୟତନ ହୋଇଛି
Untitled-7 copy

jobs-bhu-recruitment-2025 Photograph: (@sambad.in)

ନୂଆଦିଲ୍ଲୀ: ଦେଶର ସବୁଠାରୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମଧ୍ୟରୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ -୨୦୨୫ବର୍ଷ ପାଇଁ ନୂତନ ନିଯୁକ୍ତିର ଘୋଷଣା କରିଛି।

୮ମ ଶ୍ରେଣୀରୁ ସ୍ନାତକସ୍ତର ପର୍ଯ୍ୟନ୍ତ ପ୍ରାର୍ଥୀମାନେ କରି ପାରିବେ ଆବେଦନ

ଏହି ନିଯୁକ୍ତି ଅଧୀନରେ ପ୍ରୋଗ୍ରାମ ଆସିସଷ୍ଟାଣ୍ଟ, ୱାର୍ଡ ସହାୟକ ଏବଂ ପରିମଳ କର୍ମଚାରୀ ଭଳି ପଦବୀ ପାଇଁ ନିଯୁକ୍ତି ଦିଆଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୮ମ ଶ୍ରେଣୀରୁ ସ୍ନାତକସ୍ତର ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅଫ୍‌ଲାଇନ‌ରେ ହେବ। ଏହାର ଶେଷ ତାରିଖ ୨୦୧୫ ଡିସେମ୍ବର ୩୦ତାରିଖ ପର୍ଯ୍ୟନ୍ତ ରହିଛି।

ଅଧିକପଢ଼ନ୍ତୁ:ହସ୍ତିନାପୁର ଉପରେ ଦ୍ରୌପଦୀଙ୍କ ଅଭିଶାପ ପାଇଁ କେହି ଦ୍ବିତୀୟ ଥର ଜିତିପାରନ୍ତିନି: ଦିନେଶ ଖଟିକ୍

ସମସ୍ତ ପଦବୀ ଆଇଏମଏସ ପାଇଁ ପୁରଣ କରାଯିବ

ବିଏଚୟୁର ଏହି ନିଯୁକ୍ତି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୋଜନା "ଜାତୀୟ ବୟସ୍କଙ୍କ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ" (ଏନପିଏଚସିଇ) ଅଧୀନରେ କାର୍ଯ୍ୟକାରୀ କରାଯାଉଛି। ସମସ୍ତ ପଦବୀ ବିଏଚୟୁର ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଆଇଏମଏସ) ରେ ପୁରଣ କରାଯିବ।ଏହି ନିଯୁକ୍ତି ଅଭିଯାନ ଅଧୀନରେ ବିଭିନ୍ନ ପଦବୀ ପାଇଁ ବିଭିନ୍ନ ଯୋଗ୍ୟତା ସ୍ଥିର କରାଯାଇଛି। ପ୍ରୋଗ୍ରାମ ଆସିଷ୍ଟାଣ୍ଟ ପଦବୀ ପାଇଁ ପ୍ରାର୍ଥୀମାନଙ୍କୁ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଦ୍ୱିତୀୟ ଶ୍ରେଣୀର ସ୍ନାତକ ହୋଇଥିବା ଆବଶ୍ୟକ। ଏହା ସହିତ ପ୍ରାର୍ଥୀଙ୍କର ଛଅ ମାସର କମ୍ପ୍ୟୁଟର ତାଲିମ ଥିବା ଆବଶ୍ୟକ। ଯଦି କାହାର କମ୍ପ୍ୟୁଟର ବିଜ୍ଞାନରେ ଡିପ୍ଲୋମା ଅଛି, ତେବେ ଅତି କମରେ ଗୋଟିଏ ବର୍ଷର କାର୍ଯ୍ୟ ଅଭିଜ୍ଞତା ବୈଧ ବୋଲି ବିବେଚନା କରାଯିବ।

ୱାର୍ଡ ଆସିଷ୍ଟାଣ୍ଟ କିମ୍ବା ହସ୍ପିଟାଲ ଆଟେଣ୍ଡାଣ୍ଟ ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀମାନଙ୍କୁ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। ଏହା ସହିତ, ହସ୍ପିଟାଲ କିମ୍ବା ସମ୍ବନ୍ଧିତ କ୍ଷେତ୍ରରେ ଅତି କମରେ ଗୋଟିଏ ବର୍ଷର ଅଭିଜ୍ଞତା ଆବଶ୍ୟକ। ସଫାଇ କର୍ମଚାରୀ କିମ୍ବା ସାନିଟାରୀ ଆଟେଣ୍ଡାଣ୍ଟ ପଦବୀ ପାଇଁ, ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ, କିନ୍ତୁ ସେମାନଙ୍କର ଏକ ବର୍ଷର କାର୍ଯ୍ୟ ଅଭିଜ୍ଞତା ଥିବା ଆବଶ୍ୟକ।

ଅଫଲାଇନରେ ହେବ ଆବେଦନ ଫର୍ମ ପୁରଣ

ପ୍ରାର୍ଥୀମାନଙ୍କୁ ଅଫଲାଇନରେ ଆବେଦନ ଫର୍ମ ପୂରଣ କରିବାକୁ ପଡ଼ିବ। ଏହା କରିବା ପାଇଁ ସେମାନଙ୍କୁ ପ୍ରଥମେ ସରକାରୀ ବିଏଚୟୁ ୱେବସାଇଟରୁ ଆବେଦନ ଫର୍ମ ଫର୍ମାଟ୍ ଡାଉନଲୋଡ୍ କରିବାକୁ ପଡ଼ିବ। ଉକ୍ତ ଆବେଦନ ଫର୍ମରେ ପ୍ର‌ାର୍ଥୀମାନଙ୍କୁ ସମ୍ପୂର୍ଣ୍ଣ ସୂଚନା ପୂରଣ କରିବାକୁ ପଡ଼ିବ। ସେମାନଙ୍କୁ ଏକ ପାସପୋର୍ଟ ଆକାରର ଫଟୋଗ୍ରାଫ୍ ଲଗାଇବାକୁ ପଡିବ ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ ଦସ୍ତଖତ କରିବାକୁ ପଡିବ। ଏଥିସହିତ ଶିକ୍ଷାଗତ ପ୍ରମାଣପତ୍ର, ଅଭିଜ୍ଞତା ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟର କପି ମଧ୍ୟ ଯୋଡ଼ିବାକୁ ପଡିବ। ସମ୍ପୂର୍ଣ୍ଣ ଆବେଦନ ଫର୍ମ ପ୍ରଫେସର ଅନୁପ ସିଂହ, ନୋଡାଲ୍ ଅଫିସର, ଏନପିଏଚସିଇ, ଡିପାର୍ଟମେଣ୍ଟ ଅଫ ଜେରିଆଟ୍ରିକ୍ ମେଡିସିନ୍, ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ବାରାଣାସୀ-୨୨୧୦୦୫ (ଉତ୍ତର ପ୍ରଦେଶ)ର ଠିକଣାରେ ପଠାଇବାକୁ ପଡିବ। ବିଳମ୍ବରେ କରାଯାଇଥିବା ଆବେଦନକୁ ଗ୍ରହଣ କରାଯିବ ନାହିଁ।

ଅଧିକପଢ଼ନ୍ତୁ:ଖରା ପୁଉଁଥିବା ବେଳେ ଚଢ଼ିଗଲା ଟ୍ରାକ୍ଟର, ମାଆ ଗୁରୁତର, ଅଢ଼େଇ ବର୍ଷର ଶିଶୁପୁତ୍ର ମୃତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe