ଭୁବନେଶ୍ଵର : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍(ଜେଏସ୍ପିଏଲ)ର ଟିଆର୍ବି ଲୁହାପଥର ଖଣିକୁ ଜାପାନର ଟୋକିଓ ସ୍ଥିତ ଜାପାନ ଇନ୍ଷ୍ଟିଚ୍ୟୁଟ୍ ଅଫ ପ୍ଲାଣ୍ଟ ମେଣ୍ଟେନାନ୍ସ (ଜେଆଇପିଏମ୍) ଦ୍ଵାରା ଟିପିଏମ୍ (ଟୋଟାଲ୍ ପ୍ରଡକ୍ଟିଭ ମେଣ୍ଟେନାନ୍ସ) ଏକ୍ସେଲେନ୍ସ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଦ୍ବିତୀୟ ଥର ନିମନ୍ତେ ଏହି ଖଣିକୁ ଉକ୍ତ ପୁରସ୍କାର ପାଇଁ ଚୟନ କରାଯାଇଛି। ଆସନ୍ତା ମାର୍ଚ୍ଚରେ ଜାପାନର କ୍ୟୋଟୋ ସହରରେ ଏହି ପୁରସ୍କାର ପ୍ରଦାନ କରାଯିବ। ଗତ ଅଗଷ୍ଟରେ ଜେଆଇପିଏମ୍ର ମାଶାୟୋଶି ସୁଗିଉରା ଏବଂ ଟେସ୍ଟୋ ମିୟାମୁରାଙ୍କ ଦ୍ବାରା ଟିଆରବି ଖଣିରେ ଟିପିଏମ୍ ପଦ୍ଧତିର ସମୀକ୍ଷା ପରେ ଏହି ପୁରସ୍କାର ନିମନ୍ତେ ଜେଏସ୍ପିଏଲ୍କୁ ମନୋନୀତ କରାଯାଇଥିଲା। ଭାରତର ପ୍ରଥମ ଖଣି ଭାବରେ ଟିଆରବି ଲୁହାପଥର ଖଣିକୁ ଟିପିଏମ୍ ଏକ୍ସେଲେନ୍ସ ପୁରସ୍କାର ୨୦୧୭ ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଟିଆର୍ବି ଖଣିର କର୍ମଚାରୀମାନଙ୍କୁ ଜେଏସ୍ପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ ଅଭିନନ୍ଦନ ଜଣାଇଛନ୍ତି। ଜେଏସ୍ପିଏଲ୍ ଭାଇସ ପ୍ରେସିଡେଣ୍ଟ (ମାଇନ୍ସ) ପ୍ରମୋଦ କୁମାର ପାତ୍ରଙ୍କ ନେତୃତ୍ଵରେ ଟିଆର୍ବି ଖଣିରେ ଟିପିଏମ୍ କୌଶଳ ପ୍ରୟୋଗ କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us