ଜେଏସ୍‌ଡବ୍ଲୁ ଇନ୍‌ଫ୍ରାଷ୍ଟ୍ରକର୍‌ ହାତକୁ ଗଲା ସ୍ଲରି ପ୍ରକଳ୍ପ: ୧୨୨ କିମି ପାଇପ୍‌ଲାଇନ୍‌ କାମ ସରିଛି

Advertisment

୨୦୨୭ରେ କାର୍ଯ୍ୟକ୍ଷମ ହେବ

୨୦୨୭ରେ କାର୍ଯ୍ୟକ୍ଷମ ହେବ

ଜେଏସ୍‌ଡବ୍ଲୁ ଇନ୍‌ଫ୍ରାଷ୍ଟ୍ରକର୍‌ ହାତକୁ ଗଲା ସ୍ଲରି ପ୍ରକଳ୍ପ: ୧୨୨ କିମି ପାଇପ୍‌ଲାଇନ୍‌ କାମ ସରିଛି

ଭୁବନେଶ୍ବର: ଜେଏସ୍‌ଡବ୍ଲୁ ଷ୍ଟିଲ୍‌ର ସହାୟକ କମ୍ପାନି ଜେଏସ୍‌ଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ଏହାର ସ୍ଲରି ପାଇପ୍‌ଲାଇନ୍ ପ୍ରକଳ୍ପକୁ ଗ୍ରୁପ୍‌ର ଅନ୍ୟତମ ସଂସ୍ଥା ଜେଏସ୍‌ଡବ୍ଲୁ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌କୁ ବିକ୍ରି କରିଛି। ୧୭୦୦ କୋଟି ଟଙ୍କାରେ ଏହି କାରବାର ‌ହୋଇଛି। କମ୍ପାନିର ନୂଆଗାଁ ଖଣିଠାରୁ ଜଗତ୍‌ସିଂହପୁର ପର୍ଯ୍ୟନ୍ତ ସ୍ଥାପନ କରାଯାଉଥିବା ୩୦୨ କିଲୋମିଟର ବିଶିଷ୍ଟ ସ୍ଲରି ପାଇପ୍‌ଲାଇନ୍‌ର ୧୨୨ କିଲୋମିଟର ପର୍ଯ୍ୟନ୍ତର କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ଜେଏସ୍‌ଡବ୍ଲୁ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ପୂରଣ କରିବ। ଜେଏସ୍‌ଡବ୍ଲୁ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ଏହି ସ୍ଲରି ପାଇପ୍‌ଲାଇନ୍ କାର୍ଯ୍ୟକୁ ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି। ରାଜ୍ୟରେ ବିକାଶ ହେଉଥିବା ନୂଆ ବନ୍ଦର ଜଟାଧାରୀ ବନ୍ଦର ସହ ଏହି ପାଇପ୍‌ଲାଇନ୍‌ ସିଧାସଳଖ ଭାବେ ଯୋଡ଼ିହେବ। ଏହି ପ୍ରକଳ୍ପ ୨୦୨୭ ଏପ୍ରିଲ୍ ସୁଦ୍ଧା ବାଣିଜ୍ୟିକ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।

ଜେଏସ୍‌ଡବ୍ଲୁ ଉତ୍କଳ ଷ୍ଟିଲ୍‌ର ଏହି ୩୦ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସ୍ଲରି ପାଇପ୍‌ଲାଇନ୍ ଅଧିଗ୍ରହଣ କରିବା ପ୍ରସ୍ତାବକୁ ଜେଏସ୍‌ଡବ୍ଲୁ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ର ବୋର୍ଡ ଅନ‌ୁମୋଦନ ପ୍ରଦାନ କରିଛି। ଏହି ସ୍ଲରି ପାଇପ୍‌ଲାଇନ୍‌ରେ ଭୂତଳ ପାଇପ୍‌ ଜରିଆରେ ଲୁହାପଥର ପରିବହନ କରାଯିବ। ଏଥିପାଇଁ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ସହ ଜେଏସ୍‌ଡବ୍ଲୁ ଇନ୍‌ଫ୍ରାଷ୍ଟ୍ରକ୍‌ଚର ୨୦ ବର୍ଷିଆ ‘ଟେକ୍-ଅର୍‌-ପେ’ ଚୁକ୍ତି ସ୍ବାକ୍ଷର କରିଛି। ଲ୍ଲେଖଯୋଗ୍ୟ, ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍‌ଡବ୍ଲୁ ଗ୍ରୁପ୍‌ର ଅଂଶ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ର ସହାୟକ କମ୍ପାନି ଜେଏସ୍‌ଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍‌ ୬୫ ହଜାର କୋଟି ଟଙ୍କା ନିବେଶରେ ରାଜ୍ୟରେ ଏକ ୧୩.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କମ୍ପାନି ସ୍ଥାପନ କରିବାକୁ ଯାଉଛି। ପୋସ୍କୋ ଯେଉଁଠାରେ କାରଖାନା ସ୍ଥାପନ କରିବାକୁ ଚାହୁଥିଲା, ଜେଏସ୍‌ଡବ୍ଲୁ ସେହିଠାରେ କାରଖାନା ସ୍ଥାପନ କରିବ। ଏହି ପ୍ରକଳ୍ପ ଲାଗି କମ୍ପାନି ୨୯୫୦.୩୧ ଏକର ଜମି ପାଇଛି। ୨୦୨୨ ଏପ୍ରିଲ୍ ୧୫ରେ ଏହି ପ୍ରକଳ୍ପ ଲାଗି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟଠାରୁ ପରିବେଶ ମଞ୍ଜୁରି ହାସଲ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe