ଖଣି ରାଜସ୍ବକୁ ଜେଏସ୍‌ଡବ୍ଲୁର ଯୋଗଦାନ ୫୨.୫%

ନିମ୍ନମାନର ଲୁହାପଥର ଉପରୁ ରପ୍ତାନି ଶୁଳ୍କ ହଟିଲା

Illegal laterite mining

ଭୁବନେଶ୍ବର: ଗତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଓଡ଼ିଶାର ଖଣି ରାଜସ୍ବ ପ୍ରତି ଜେଏସ୍‌ଡବ୍ଲୁର ଯୋଗଦାନ ୫୨.୫% ରହିଛି। ଖଣିରୁ ଓଡ଼ିଶା ଯେଉଁ ୨୪,୧୭୧ କୋଟି ଟଙ୍କାର ରାଜସ୍ବ ପାଇଛି ତାହାର ଅଧା ଏହି କଂପାନିଠାରୁ ମିଳିଛି। ଏହି ବର୍ଷ କଂପାନି ଓଡ଼ିଶା ରାଜକୋଷକୁ ୧୨,୨୧୦ କୋଟି ଟଙ୍କା ପ୍ରିମିୟମ୍ ଓ ଆନ୍ୟାନ୍ୟ ବୈଧାନିକ ଦେୟ ସୂତ୍ରରେ ଦେଇଛି। ଖଣି ନିଲାମରେ ବିଡ୍ ପ୍ରିମିୟମ୍ ଭାବେ ଏହା ୧୧,୬୮୬ କୋଟି ଟଙ୍କା ଦେଇଛି। ଏହାର ପୂର୍ବବର୍ଷ ରାଜ୍ୟର ରାଜକୋଷକୁ ଜେଏସ୍‌ଡବ୍ଲୁର ଯୋଗଦାନ ୩୬୫୦ କୋଟି ଟଟଙ୍କା ଥିଲା। କଂପାନି ଏହାର କ୍ୟାପ୍‌ଟିଭ୍‌ ଖଣିରୁ ବୈଧାନିକ ଦେୟ ବାବଦରେ ୩,୫୧୭ କୋଟି ଟଙ୍କା ଦେଇଛି। ଚଳିତ ବର୍ଷର ମାର୍ଚ୍ଚ ମାସରେ ଖଣିରୁ ଏହା ୧୯୦୦ କୋଟି ଟଙ୍କାର ରାଜସ୍ବ ପ୍ରଦାନ କରିଛି।

ଆଲୋଚ୍ୟ ଆର୍ଥିକ ବର୍ଷରେ ଜେଏଓ୍‌ଡବ୍ଲୁର ନିଲାମ ଖଣିରୁ ଉତ୍ପାଦନ ୨୪.୧ ନିୟୁତ ଟନ୍ ଓ ଡେସ୍‌ପ୍ୟାଚ୍‌ ୨୧.୩ ନିୟୁତ ଟନ୍ ହୋଇଛି। ୨୦୨୦-୨୧ରେ ଉତ୍ପାଦନ ୧୬.୬୬ ନିୟୁତ ଟନ୍ ଓ ଡେସ୍‌ପ୍ୟାଚ୍‌ ୯.୬୭ ନିୟୁତ ଟନ୍ ଥିଲା। କରୋନା ମହାମାରୀ ବ୍ୟାପିବା ବର୍ଷ ୨୦୨୦ରେ ଜେଏସ୍‌ଡବ୍ଲୁ ଏହାର ଖଣି କାର୍ଯ୍ୟ ଆରମ୍ଭ କରିଥିଲା। ‌ଏହି ଖଣିଗୁଡ଼ିକ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ପରେ ସେଥିରୁ ବାର୍ଷିକ ଉତ୍ପାଦନ ୩୬ ନିୟୁତ ଟନ୍ ହେବ। ଚଳିତ ଆର୍ଥିକ ବର୍ଷରେ କଂପାନି ଏହାର ଉତ୍ପାଦନକୁ ୨୮ ନିୟୁତ ଟନ୍‌ରୁ ଅଧିକ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe