କଳିଙ୍ଗ ହସ୍ପିଟାଲ୍‌ ଖୋଲିବ କ୍ୟାନସର ୟୁନିଟ୍: ୧୦୦ ଶଯ୍ୟା ରହିବ

Advertisment
କଳିଙ୍ଗ ହସ୍ପିଟାଲ୍‌ ଖୋଲିବ କ୍ୟାନସର ୟୁନିଟ୍: ୧୦୦ ଶଯ୍ୟା ରହିବ

ଭୁବନେଶ୍ବର: କଳିଙ୍ଗ ହସ୍ପିଟାଲ୍ ୧୦୦ ଶଯ୍ୟା‌ ବିଶିଷ୍ଟ ଏକ କ୍ୟାନସର ୟୁନିଟ୍ ସ୍ଥାପନ କରିବ। ଡାକ୍ତର ଏସ୍‌ କେ ଦାଶଙ୍କ ନେତୃତ୍ବାଧୀନ ନୂଆ ପରିଚାଳନା ଟିମ୍‌ ଏହି ପ୍ରସ୍ତାବ ଉପରେ ଗମ୍ଭୀରତାର ସହ ବିଚାର କରୁଛି। ଏଥିପାଇଁ ପ୍ରାରମ୍ଭିକ ଆଲୋଚନା ଶେଷ ହୋଇଛି। ହସ୍ପିଟାଲ୍ ପରିସରରେ ଏହି ୟୁନିଟ୍ ଖୋଲାଯିବ ଯେଉଁଥିରେ କ୍ୟାନସର ରୋଗର ନିଦାନ ଓ ଚିକିତ୍ସା ସୁବିଧା ମିଳିବ। ଅସ୍ତ୍ରୋପଚାର, ରେଡି‌ଓଥେରାପି ଓ କେମୋଥେରାପି ଭଳି ସୁବିଧା ସେଥ‌ିରେ ଉପଲବ୍ଧ ହେବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି। କଳିଙ୍ଗ ହସ୍ପିଟାଲ୍ ଏହାର ଶଯ୍ୟା ସଂଖ୍ୟାକୁ ଆସନ୍ତା ୩-୬ ମାସ ଭିତରେ ୩୦୦କୁ ଓ ୨୦୨୩ରେ ୪୦୦କୁ ବୃଦ୍ଧି କରିବାକୁ ଯୋଜନା ରଖିଛି। ହସ୍ପିଟାଲ୍ ପରିସରରେ ଆସନ୍ତା ୬ ମାସରେ ଏକ କ୍ଲିନିକାଲ୍ ରିସର୍ଚ୍ଚ ୟୁନିଟ୍ ଖୋଲାଯିବ ବୋଲି ସେ ଡାକ୍ତର ଦାଶ କହିଛନ୍ତି।

କଳିଙ୍ଗ ହସ୍ପିଟାଲ୍‌ର ଏମ୍‌ଡି ଭାବେ ଲେଫ୍‌ଟନାଣ୍ଟ୍‌ ଜେନେରାଲ ଡାକ୍ତର ସଞ୍ଜୟ ଦର୍ଶନ ବେହେରା ଦାୟିତ୍ବ ଗ୍ରହଣ କରିଛନ୍ତି। ଆର୍ମି (ମେଡିକାଲ୍‌)ର ଲେଫ୍‌ଟନାଣ୍ଟ୍‌ ଜେନେରାଲ୍ ପଦରେ ସେ ପ୍ରଥମ ଓଡ଼ିଆ ଭାବେ ଅବସ୍ଥାପିତ ହୋଇଥିଲେ। ଏଥି ସହିତ ହସ୍ପିଟାଲ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଓ ପିଆର୍‌ଓ ଭାବେ ଡ. ନାଜିୟା ଆଲମ ଯୋଗ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe