୧୦୦ଟଙ୍କା ବଦଳରେ ବାହାରିଲା ୫୦୦ଟଙ୍କା, ଖୁସି ହୋଇ ଏଟିଏମ୍‌ ସାମ୍ନାରେ ଲାଗିଲା ଲୋକଙ୍କ ଭିଡ଼

Advertisment
ଲୋକଙ୍କ ଘରେ ବିପୁଳ ନଗଦ

Zee Business

ମୁମ୍ବାଇ:କର୍ଣ୍ଣାଟକରେ ଥିବା କାନାଡା ବ୍ୟାଙ୍କ ଏଟିଏମ୍‌ରୁ ୧୦୦ଟଙ୍କା ବଦଳରେ ୫୦୦ଟଙ୍କା ବାହାରିବା ଦେଖି ଲୋକମାନେ ଆଚମ୍ବିତ ହୋଇଯାଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ଅନେକ ଲୋକ ଏଟିଏମ୍‌ ସମ୍ମୁଖରେ ଭିଡ଼ ଜମାଇବା ସହିତ ଏଟିଏମ୍‌ରୁ ୧.୭୦ଲକ୍ଷ ଟଙ୍କା ବାହାର କରି ନେଇଥିଲେ। ତେବେ ଏଭଳି ଘଟଣା ଏଟିଏମ୍‌ରେ ନୋଟ ଭର୍ତ୍ତି କରିଥିବା ଏଜେନ୍ସିଙ୍କ ଭୁଲ ହେତୁ ଘଟିଥିବା ଜଣେ ଅଧିକାରୀ କହିଛନ୍ତି।

କୋଡାଗୁ ପୁଲିସ ଅଧିକ୍ଷକ ସୁମନ୍‌ ଡି.ପେନ୍ନେକରଙ୍କ କହିବାନୁସାରେ, ‘ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ଦାୟିତ୍ୱରେ ଥିବା ଏଜେନ୍ସି ମେସିନ୍‌ର ଟ୍ରେରେ ୧୦୦ଟଙ୍କାର ନୋଟ ଭର୍ତ୍ତି କରିବା ବଦଳରେ ଭୁଲରେ ୫୦୦ଟଙ୍କା ନୋଟ ଭର୍ତ୍ତି କରି ଦେଇଥିଲେ। ଯାହାର ଫଳ ସ୍ୱରୂପ ବେଙ୍ଗାଲୁରୁରୁ ୨୬୮କିମି ଦକ୍ଷିଣ ପଶ୍ଚିମସ୍ଥିତ କୋଡାଗୁ ଜିଲ୍ଲାର ମଦିକରି ସହରସ୍ଥିତ କାନାଡା ବ୍ୟାଙ୍କ ଏଟିଏମ୍‌କୁ ଯାଇ ଗ୍ରାହକ ୧୦୦ଟଙ୍କା ମାରିଥିଲା ବେଳେ ସେଥିରୁ ୫୦୦ଟଙ୍କା ବାହାରି ଆସିଥିଲା। ଯାହାକୁ ଦେଖି ଗ୍ରାହକ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ ସେତିକି ଖୁସି  ହୋଇ ଏଟିଏମ୍‌ରୁ ୧.୭୦ଲକ୍ଷ ଟଙ୍କା ବାହାର କରି ନେଇଥିଲେ।

Image result for karnataka-atm-rs-500-notes-in-place-of-100-started India Today

ଏହି ଘଟଣା ସମ୍ପର୍କରେ କାନାଡା ବ୍ୟାଙ୍କ ଅଧିକାରୀ ସୂଚନା ପାଇବା ପରେ ଦୁଇଜଣ ଲୋକଙ୍କୁ ବୁଝାସୁଝା କରିବା ପରେ ସେମାନେ ୬୫ ହଜାର ଟଙ୍କା ଫେରାଇ ଦେଇଛନ୍ତି। ଅନ୍ୟମାନଙ୍କ ପରିଚୟ ଜାଣିବା ପାଇଁ କାନାଡା ବ୍ୟାଙ୍କ ଅଧିକାରୀ ପୁଲିସ ସହାୟତାରେ ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe