ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାର ୧୬ତମ ସ୍ଥାନରେ କିଟ୍‌

Advertisment
ପ୍ରଥମ ଏନ୍‍ବିଏ ମାନ୍ୟତାପ୍ରାପ୍ତ ପଲିଟେକ୍‍ନିକ ମଧ୍ୟରେ କିଟ୍‍ ପଲିଟେକ୍‍ନିକ୍‍

kiit.ac.in

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବାର୍ଷିକ ନ୍ୟାସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁସନାଲ୍‍ ରୢାଙ୍କିଂ ଫ୍ରେମ୍‍ୱାର୍କ (ଏନ୍‍ଆଇଆର୍‍ଏଫ୍‍)ରେ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ କିଟ୍ ୪ଟି ସ୍ଥାନ ଉପରକୁ ଉଠି ୧୬ତମ ସ୍ଥାନରେ ରହିଛି। ଗତବର୍ଷ କିଟ୍‍ ଏହି ତାଲିକାର ୨୦ତମ ସ୍ଥାନରେ ଥିଲା। ଏହା ବ୍ୟତୀତ କିଟ୍‍ର ଅନ୍ୟ ସମସ୍ତ ବିଭାଗ ମଧ୍ୟ ଗତବର୍ଷ ତୁଳନାରେ ଉଲ୍ଲେଖନୀୟ ଉନ୍ନତି ପ୍ରଦର୍ଶନ କରିଛନ୍ତି। କିଟ୍‍ ବିଶ୍ୱବିଦ୍ୟାଳୟ ଗବେଷଣା ରୢାଙ୍କିଂ ତାଲିକାର ୪୪ତମ ସ୍ଥାନରେ ରହି ସମଗ୍ର ଦେଶର ଗବେଷଣା ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ୫୦ ମଧ୍ୟରେ ରହିପାରିଛି।

ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଯେ ଧିର ପାଣି ପଥର କାଟେ। ପ୍ରତିବର୍ଷ ବିଭିନ୍ନ ବିଭାଗରେ କିଟ୍‍ ଏହାର ପ୍ରଦର୍ଶନରେ ଉନ୍ନତି ଆଣି ଏକ ଗୁଣାତ୍ମକ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି। ତେଣୁ ଏନ୍‍ଆଇଆର୍‍ଏଫ୍‍ ରୢାଙ୍କିଂରେ କିଟ୍‍ର ସ୍ଥାନ ପ୍ରତିବର୍ଷ ଉପରକୁ ଉଠୁଛି। କିଟ୍‍ର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଶ୍ରୀ ସାମନ୍ତ ଏହି ସଫଳତାର ଶ୍ରେୟ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe