ଖଡ଼ଗପୁର ୱାର୍କସପ୍‌ର ବାର୍ଷିକ ଯାଞ୍ଚ କଲେ ଦକ୍ଷିଣ ପୂର୍ବ ରେଳବାଇ ମହା ପ୍ରବନ୍ଧକ

Advertisment
ଖଡ଼ଗପୁର ୱାର୍କସପ୍‌ର ବାର୍ଷିକ ଯାଞ୍ଚ କଲେ ଦକ୍ଷିଣ ପୂର୍ବ ରେଳବାଇ ମହା ପ୍ରବନ୍ଧକ

କୋଲକାତା: ଦକ୍ଷିଣ ପୂର୍ବ ରେଳବାଇର ମହା ପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ଖଡ଼ଗପୁର ରେଳ ୱାର୍କସପ୍‌ର ବାର୍ଷିକ ଯାଞ୍ଚ କରିଛନ୍ତି। ତାଙ୍କ ସହିତ ପ୍ରିନ୍ସିପାଲ ଚିଫ୍ ମେକାନିକାଲ ଇଞ୍ଜିନିୟର ପି କେ ମଣ୍ଡଳ, ଖଡ଼ଗପୁର ଡିଆରଏମ ମନୋରଞ୍ଜନ ପ୍ରଧାନ, ଚିଫ୍‌ ୱାର୍କସ ମ୍ୟାନେଜର, ବି କେ ରଥ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ମହା ପ୍ରବନ୍ଧକ ଶ୍ରୀମତୀ ଯୋଶୀ ୱାଗନ ସପ୍‌, ଡିଜେଲ ସପ୍‌, କ୍ୟାରେଜ୍ ସପ୍‌, ଇଏମ୍‌ୟୁ ସପ୍‌, ହ୍ବିଲ ସପ୍‌, ସେଣ୍ଟର ଅଫ୍ ଏକ୍ସଲେନ୍ସ ଆଦି ବୁଲି ଦେଖିଥିଲେ। ମହିଳା କର୍ମଚାରୀମାନଙ୍କ ଦ୍ବାରା ସଂପୂର୍ଣ୍ଣ ଭାବେ ପରିଚାଳିତ ଡିଜେଲ ସପ୍‌ ଅଧୀନ କଏଲ ମାନୁଫାକଚରିଂ ସେକ୍ସନର ଯାଞ୍ଚ କରିବା ସହିତ ଏହାର ପ୍ରଶଂସା କରିଥିଲେ।

ଏହି ଅବସରରେ ମହା ପ୍ରବନ୍ଧକ ଟ୍ରାକ୍ ମେସିନ କର୍ମଚାରୀଙ୍କ କ୍ୟାମ୍ପିଂ କୋଚ୍, ପୁନଃନିର୍ମିତ ଏସି ୩ ଟାଏର କୋଚ୍‌, ସିଏନ୍‌ସି ଭର୍ଟିକାଲ ଟରେଟ୍ ଲ‌ଥି, ସିଏନ୍‌ସି ସରଫେସ୍ ହ୍ବିଲ ଲଥି ଆଦିର ଉଦ୍‌ଘାଟନ କରିଥିଲେ। ଡିଜେଲ୍‌ ସପ୍‌ରେ ପିଏସ୍‌ୟୁ ଲୋକୋ, ଇଆରଏସ୍‌ ପିଓଏଚ ସପ୍‌ରେ ଇଲେକ୍ଟ୍ରିକ ଲୋକୋ, ଇଏମ୍‌ୟୁ ସପରେ ଟାୱାର କାର/ଓଏଚ୍‌ଇ ଇନ୍ସପେକ୍ସନ କାର୍‌ ଆଦିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିସହିତ ୱାର୍କସପ ପରିସରରେ ଏକ ଲିକ୍ବିଡ ଅକ୍ସିଜେନ ଷ୍ଟୋରେଜ ପ୍ଲାଣ୍ଟକୁ ମଧ୍ୟ ଶ୍ରୀମତୀ ଯୋଶୀ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe