ଖିମ୍‌ଜୀ ‘ଲଭ୍‌ଷ୍ଟ୍ରକ୍‌ ୨୦୨୨’ ପ୍ରତିଯୋଗିତାର ବିଜେତା ଘୋଷଣା

ଖିମ୍‌ଜୀ ‘ଲଭ୍‌ଷ୍ଟ୍ରକ୍‌ ୨୦୨୨’ ପ୍ରତିଯୋଗିତାର ବିଜେତା ଘୋଷଣା

ଭୁବନେଶ୍ବର : ରାଜ୍ୟର ସବୁଠୁ ବିଶ୍ବାସଯୋଗ୍ୟ ଗହଣା ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଭାଲେଣ୍ଟାଇନ୍ସ ସପ୍ତାହ ପରିପ୍ରେକ୍ଷୀରେ ଆରମ୍ଭ କରାଯାଇଥିବା ‘ଲଭ୍‌ଷ୍ଟ୍ରକ୍ ୨୦୨୨’ ପ୍ରତି‌ଯୋଗିତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏହି ସେଲ୍‌ଫି ପ୍ରତିଯୋଗିତାର ବିଜେତାମାନେ ହେଉଛନ୍ତି ଝାରସୁଗୁଡ଼ାର ସୁନିତା ପଟେଲ୍‌, ବ୍ରହ୍ମପୁରର ରେଶମା ଜେନା, ରାଉରକେଲାର ଶିଳ୍ପା ଜେନା, ଚନ୍ଦ୍ରଶେଖପୁରର ଏରା, ଫ୍ଲାଗ୍‌ସିପ୍ ଷ୍ଟୋର୍‌ରୁ ଡକ୍ଟର ଶ୍ବାତୀ ପଟ୍ଟନାୟକ ସେଲ୍‌ଫି ପ୍ରତିଯୋଗିତା ବିଜେତା ହୋଇଥିବା ବେଳେ ସୁନିତା ରାଉତ ଲକି ଡ୍ର’ର ବିଜେତା ହୋଇଛନ୍ତି ସ୍ବର୍ଣ୍ଣ ମୁଦ୍ରା ଉପହାର ଜିତିଛନ୍ତି।

ଏହି ଅଭିଯାନରେ ଗ୍ରାହକମାନଙ୍କୁ ଖିମ୍‌ଜୀର ସେଲ୍‌ଫି ଜୋନ୍‌ରେ ସେଲ୍‌ଫି ଉଠାଇ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ପୋଷ୍ଟ୍ କରିବାକୁ କୁହାଯାଇଥିଲା। ଅଧିକ ଲାଇକ୍ ପାଇଥିବା ଫଟୋଗୁଡ଼ିକୁ ପୁରସ୍କାର ପାଇଁ ଚୟନ କରାଯାଇଛି। ସମସ୍ତ ବିଜେତାଙ୍କୁ ଖିମ୍‌ଜୀ ଜୁଏଲର୍ସର ନିର୍ଦେଶକ ମିତେଶ ଖିମ୍‌ଜୀ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଖିମ୍‌ଜୀ ସର୍ବଦା ଗ୍ରାହକମାନଙ୍କୁ କିଣାକିଣିରେ ମୂଲ୍ୟ ହାସଲ କରିବା ଏବଂ ଶ୍ରେଷ୍ଠ ସପିଙ୍ଗ ଅନୁଭୂତି ପ୍ରଦାନ କରିବାକୁ ପ୍ରୟାସ କରିଥାଏ। ସେହି ଭାବନାର ଏକ ସମ୍ପ୍ରସାରଣ ଥିଲା ଏହି ଅଭିଯାନ। ମୁଁ ବହୁ ଖୁସିରେ ଆମର ଏହି ଛୋଟ ପଦକ୍ଷେପ ଆମ ଗ୍ରାହକମାନଙ୍କ ସ୍ବପ୍ନ ପୂରଣ କରିବାରେ ସହାୟକ ହୋଇଛି ବୋଲି ସେ କହିଛନ୍ତି। ଭା‌ଲେଣ୍ଟାଇନ୍ସ ଡେ’ ଉପଲକ୍ଷେ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ସ୍ବତନ୍ତ୍ର ହୀରା ଗହଣା ସମ୍ଭାର ଲଭ୍‌ଷ୍ଟ୍ରକ୍ ୨୦୨୨ ଘୋଷଣା କରାଯାଇଥିଲା। ହୃଦୟ ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ ଏହି ଗହଣା ସମ୍ଭାରେ ଥିଲା ହୀରା ଖଚିତ ‌ସୁନା ପେଣ୍ଡାଣ୍ଟ୍‌, ମୁଦି, ବ୍ରେସ୍‌ଲେଟ୍‌ ଓ ଇୟର-ଷ୍ଟଡ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe