ଖିମ୍‌ଜୀ କଟକ ଷ୍ଟୋର୍‌ର ୧୧ତମ ବାର୍ଷିକୀ

ଖିମ୍‌ଜୀ କଟକ ଷ୍ଟୋର୍‌ର ୧୧ତମ ବାର୍ଷିକୀ

ଭୁବନେଶ୍ବର : ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ କଟକ ଷ୍ଟୋର୍‌ର ୧୧ତମ ବାର୍ଷିକୀକୁ ଚଳିତ ମାସ ୨୩ ତାରିଖରେ ପାଳନ କରାଯିବ। ଏହି ଅବସରରେ ନିଜ ଗ୍ରାହକମାନଙ୍କ ପାଇଁ ସୁନା ଅଳଙ୍କାରର ମୋଟ ମୂଲ୍ୟ ଉପରେ ଫ୍ଲାଟ୍‌ ୪.୫ ପ୍ରତିଶତ ରିହାତି ଭଳି ଅଫର ଘୋଷଣା କରାଯାଇଛି। ଚଳିତ ମାସ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ଗ୍ରାହକମା‌ନେ ଏହି ଅଫରର ଲାଭ ଉଠାଇପାରିବେ।

ଏହି ଅବସରରେ ଖିମ୍‌ଜୀ ଜୁଏଲର୍ସର ନିର୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି ଯେ ସିଲଭର ସିଟିରେ ସଫଳତାର ୧୧ ବର୍ଷ ପାଳନ କରି ଆମେ ଆନନ୍ଦିତ। କଟକର ସବୁଠୁ ଆଦୃତ ଅଳଙ୍କାର ବ୍ରାଣ୍ଡ୍‌ରେ ଆମକୁ ପରିଣତ କରିଥିବାରୁ ଆମେ ଗ୍ରାହକଙ୍କ ନିକଟରେ କୃତଜ୍ଞ। ଏହି ଅଫର ଖିମ୍‌ଜୀ ତରଫରୁ ଭଲ ପାଇବାର ଏକ ପ୍ରତୀକ। ଆମେ ଆଶା କରୁଛୁ ଯେ ଗ୍ରାହକମାନେ ତାହାର ଲାଭ ନିଶ୍ଚିତ ଉଠାଇବେ। ଆଗାମୀ ଦିନରେ ଖିମ୍‌ଜୀ ଜୁଏଲର୍ସ ଅଧିକରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇବା ସହ ଅଭିବୃଦ୍ଧି ଜାରି ରଖିବ ବୋଲି ସେ କହିଛନ୍ତି। କଟକରେ ଖିମ୍‌ଜୀର ୯,୦୦୦ ବର୍ଗଫୁଟରେ ସ୍ଥାପନ କରାଯାଇଥିବା ଷ୍ଟୋର୍‌ ରହିଛି ଯେଉଁଥିରେ ସୁନା, ହୀରା, ରୁପା ଓ ପ୍ଲାଟିନମ୍ ଅଳଙ୍କାର ସହ ଫେସନ୍ ସାମଗ୍ରୀର ବିସ୍ତୃତ ବର୍ଗମାଳା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe