ଶ୍ରୀମନ୍ଦିରକୁ ଖିମ୍‌ଜୀ ଫାଉଣ୍ଡେସନର ୧୧ଲକ୍ଷ ଟଙ୍କା ସହାୟତା

Advertisment
ଶ୍ରୀମନ୍ଦିରକୁ ଖିମ୍‌ଜୀ ଫାଉଣ୍ଡେସନର ୧୧ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ବର: ଖିମ୍‌ଜୀ ଜୁଏଲର୍ସର ଦାତବ୍ୟ ସଂସ୍ଥା ଖିମ୍‌ଜୀ ଫାଉଣ୍ଡେସନ ତରଫରୁ ଶ୍ରୀ ଜଗନ୍ନାଥ ମନ୍ଦିରର ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୧୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ଖିମ୍‌ଜୀ ଫାଉଣ୍ଡେସନର ନିର୍ଦେଶକ ମିତେଶ ଖିମ୍‌ଜୀ ଓ ସୁମିତ ଖିମ୍‌ଜୀ ଏ ବା‌ବଦ ଚେକ୍ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ମିତେଶ ଖିମ୍‌ଜୀ କହିଛନ୍ତି ଯେ ସାରା ଦୁନିଆରୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧା ସୁଯୋଗରେ ଉନ୍ନତି ଆଣିବା ଓ ଆମ ଐତିହ୍ୟର ପୁନରୁଦ୍ଧାର କରିବା ହେଉଛି ପ୍ରକଳ୍ପର ଲକ୍ଷ୍ୟ ଯାହାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଭଳି ପ୍ରକଳ୍ପର ପରିକଳ୍ପନା କରିଥିବାରୁ ମୁଁ ରାଜ୍ୟ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଉଛି ଯାହା‌ ସାରା ଦେଶରୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ଜରୁରୀ ଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe