ଭୁବନେଶ୍ବର: ଦକ୍ଷିଣ କୋରିଆର କଂପାନି ହୁଣ୍ଡାଇ ଗ୍ରୁପ୍ର ଏକ ଅଂଶ ତଥା ବିଶ୍ବର ଅଷ୍ଟମ ବଡ଼ କାର୍ କଂପାନି ‘କିଆ ମୋଟର୍ସ’ ଓଡ଼ିଶା ବଜାରରେ ପ୍ରବେଶ କରିବା ବିଷୟରେ ଘୋଷଣା କରିଛି। କଂପାନି ସାରା ଭାରତରେ ଏହାର ଯାତ୍ରାକୁ ଏକ ଏସ୍ୟୁଭିରୁ ଆରମ୍ଭ କରିବ ଯାହାର ନାମ ରଖାଯାଇଛି ‘ସେଲ୍ଟୋସ୍’। ଗ୍ରିକ୍ ହିରୋ ହର୍କୁଲେସ୍ଙ୍କ ପୁଅଙ୍କ ନାମରେ ଏହି ଗାଡ଼ିର ନାମ ରଖାଯାଇଛି ଓ ଏହାକୁ ୭୦୦୦ କୋଟି ଟଙ୍କା ବିନିଯୋଗରେ ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଠାରେ ସ୍ଥାପନ କରାଯାଇଥିବା କାରଖାନାରେ ନିର୍ମାଣ କରାଯାଉଛି। ଆସନ୍ତା ଜୁଲାଇରୁ ଏହି ଏସ୍ୟୁଭିର ବୁକିଙ୍ଗ୍ ଆରମ୍ଭ ହେବ। ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ଗାଡ଼ି ଗ୍ରାହକଙ୍କୁ ହସ୍ତାନ୍ତର କରାଯିବ ବୋଲି କିଆ ମୋଟର୍ସ ଇଣ୍ଡିଆର ବିକ୍ରି ଓ ମାର୍କେଟିଂ ମୁଖ୍ୟ ମନୋହର ଭଟ୍ଟ କହିଛନ୍ତି। ସେ କହିଲେ, ଆମେ ଭୁବନେଶ୍ବରରେ ଏକ ଡିଲରସିପ୍ ଖୋଲିବୁ। ତାହାର ନାମ ରହିବ ‘ସେଣ୍ଟ୍ରାଲ୍ କିଆ’। ବିଶାଲ ଧାୱନଙ୍କୁ ସହଯୋଗୀ ଭାବେ ଗ୍ରହଣ କରି କଂପାନି ଏହି ଡିଲରସିପ୍ ଖୋଲିବ। ସେଠାରେ କିଆର ସବୁ ପ୍ରକାର ସୁବିଧା ଉପଲବ୍ଧ ହେବ। ସର୍ବଭାରତୀୟ ସ୍ତରରେ କଂପାନି ପ୍ରତି ଛଅ ମାସରେ ଗୋଟିଏ ଲେଖାଏଁ ନୂଆ ମଡେଲ୍ ବଜାରକୁ ଆଣିବ। ଅନନ୍ତପୁର କାରଖାନାରେ ବର୍ଷକୁ ୩ ଲକ୍ଷ ଗାଡ଼ି ନିର୍ମାଣ କରିବାର ବ୍ୟବସ୍ଥା ରହିଛି। କାରଖାନାର ପୂର୍ଣ୍ଣ କ୍ଷମତାକୁ ଉପଯୋଗ କରିବା ଉପରେ କଂପାନି ସର୍ବାଧିକ ଗୁରୁତ୍ବ ପ୍ରଦାନ କରିବ। କଂପାନି ପ୍ରଥମେ ଭାରତରେ ଗାଡ଼ି ବିକ୍ରି ବଢ଼ାଇବ ଓ ଏହା ପରେ ଅନ୍ୟ ଦେଶକୁ ନିଜର ରପ୍ତାନି ବଢ଼ାଇବା ଉପରେ ବିଚାର କରିବ। ନିଜର ପ୍ରଥମ ଗାଡ଼ି ଭାବେ ଏସ୍ୟୁଭି ବର୍ଗକୁ କାହିଁକି ଚୟନ କରାଯାଇଛି ବୋଲି ପ୍ରଶ୍ନ ହେବାରୁ ସେ କହିଲେ, କେବଳ ଭାରତ ନୁହେଁ ସାରା ବିଶ୍ବରେ ଏହି କ୍ଷେତ୍ର ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏଠାରେ କାର୍ ବିକ୍ରି କରୁଥିବା ପ୍ରତିଟି କଂପାନିର ଏସ୍ୟୁଭି ଅଧିକ ମାତ୍ରାରେ ବିକ୍ରି ହେଉଛି। ଏସ୍ୟୁଭି ଏବେ ଚାହିଦାରେ ରହିଛି। ଲୋକମାନେ ବଡ଼ ଗାଡ଼ି ପ୍ରତି ଅଧିକ ଗ୍ରାହକ ଦେଖାଉଛନ୍ତି। ସେଥିପାଇଁ ଏସ୍ୟୁଭିକୁ ଆମେ ପ୍ରଥମ ଗାଡ଼ି ଭାବେ ବିକ୍ରି କରିବାକୁ ନିଷ୍ପତି ନେଇଛୁ ବୋଲି ସେ କହିଛନ୍ତିି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us