ଏଣିକି ଟ୍ରେନ୍‌ ଭିତରେ ଟଙ୍କା ମାଗି ପାରିବେ ନାହିଁ କିନ୍ନର

ଏଣିକି ଟ୍ରେନ୍‌ ଭିତରେ ଟଙ୍କା ମାଗି ପାରିବେ ନାହିଁ କିନ୍ନର

ମୁମ୍ବାଇ: ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ନିୟମିତ ରୂପେ କିଛି ନାଁ କିଛି ପଦକ୍ଷେପ ନେଉଛି। ଗତବର୍ଷ ଲଗାତାର ଟ୍ରେନ ଦୁର୍ଘଟଣା ପରେ ଭାରତୀୟ ରେଳବାଇ ପକ୍ଷରୁ ଅନେକ ପରିବର୍ତ୍ତନ ହୋଇଥିଲା। ଯାତ୍ରୀଙ୍କ ସୁରକ୍ଷା ତଥା ପାଇଁ ରେଳଧାରଣା ଉପରେ ନଜର ରଖିବା ପାଇଁ ନିୟୋଜିତ ହୋଇଥିଲେ ବଡ଼ ବଡ଼ କର୍ମଚାରୀ। ତଥାପି ରେଳରେ ଯାତ୍ରା କରିବା ସମୟରେ ଆପଣ ଦେଖିଥିଲେ କିନ୍ନରମାନେ ଲୋକଙ୍କୁ ବେଶ୍‌ ହଇରାଣ କରୁଛନ୍ତି । ଏନେଇ କଡ଼ା ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ।

publive-image

ଆପଣ ଜାଣିଥିବେ କୌଣସି ବଡ଼ ଦୁର୍ଘଟଣା ନଘଟିଲେ ବିଭାଗ ବଡ଼ ପଦକ୍ଷେପ ନିଏ ନାହିଁ। କିଛି ଦିନ ପୂର୍ବରୁ ଟ୍ରେନରେ ଯାତ୍ରା ସମୟରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଥିଲା। ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇର ସାଲେମ ଡିଭିଜନରେ କିଛି ଦିନ ପୂର୍ବରୁ କିନ୍ନରମାନେ ଚଳନ୍ତା ଟ୍ରେନରୁ ଦୁଇ ଜଣ ଯାତ୍ରୀଙ୍କୁ ଠେଲି ଦେଇଥିଲେ। ତେବେ ଏପରି ଦୁର୍ଘଟଣା ଉପରେ ରୋକ ଲଗାଇବା ପାଇଁ ରେଲବାଇ ବୋର୍ଡ ଦେଶର ସବୁ ଟ୍ରେନକୁ କିନ୍ନର ମୁକ୍ତ କରିବା ପାଇଁ ଆଦେଶ ଦେଇଛନ୍ତି। ଏଥିପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୧୫ ଦିନ ସମୟ ଦିଆଯାଇଛି। ରେଲବାଇ ଆଦେଶ ଅନୁସାରେ ସକ୍ରିୟ ଆରପିଏଫ ଟିମ୍‌, ଏକ ସପ୍ତାହ ମଧ୍ୟରେ ପାଖାପାଖି ଏକ ଡର୍ଜନରୁ ଅଧିକ କିନ୍ନରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe