ଜରିମାନା ଗଣିବେ: ବିନା ଅନୁମତିରେ ସେୟାର ବିକି ଫସିଗଲେ କିରଣ

Advertisment
ଜରିମାନା ଗଣିବେ: ବିନା ଅନୁମତିରେ ସେୟାର ବିକି ଫସିଗଲେ କିରଣ

ନୂଆଦିଲ୍ଲୀ: ଇନ୍‌ଫୋସିସ୍‌ର ସ୍ବାଧୀନ ନିର୍ଦେଶକ ଭାବେ କାମ କରୁଥିବା ବାୟୋକନ୍‌ର ମୁଖ୍ୟ କିରଣ ମଜୁମଦାର-ସ’ କଂପାନିର ବିନା ଅନୁମତିରେ ସେୟାର ବିକ୍ରି କରି ଅଡ଼ୁଆରେ ପଡ଼ିଯାଇଛନ୍ତି। ଇନ୍‌ଫୋସିସ୍‌ର ଅଡିଟ୍‌ କମିଟି ହିସାବ ଖାତାର ଅଡିଟ୍ କରିବା ବେଳେ ଏହି କାରସାଦିକୁ ଧରିଛି। ତେବେ କିରଣଙ୍କ ଅଗୋଚରରେ ଏହି କାରବାର ହୋଇଥିବା ଜଣାପଡ଼ିଛି। ତାଙ୍କ ପୋର୍ଟଫୋଲିଓ ପରିଚାଳନା କରୁଥିବା ସଂସ୍ଥା ନିଜ ଆଡ଼ୁ ନିଷ୍ପତ୍ତି ନେଇ ଏହି ସବୁ ସେୟାର ବିକ୍ରି କରିଦେଇଥିଲା। ପୋର୍ଟଫୋଲିଓ ପରିଚାଳନା କରୁଥିବା କଂପାନିଗୁଡ଼ିକ ସେୟାର କାରବାର ଉପରେ ଦିନତମାମ ନଜର ରଖିଥାନ୍ତି ଓ ଅନେକ ସମୟରେ ନିଜ କ୍ଲାଏଣ୍ଟ୍‌କୁ କିଛି ନଜଣାଇ ସେୟାର ବିକିବା ନିଷ୍ପତ୍ତି ନେଇଥାନ୍ତି। ଇନ୍‌ଫୋସିସ୍‌ର ସେୟାର ସେହିଭଳି ଭାବେ ବିକ୍ରି କରାଯାଇଥିଲା। ଯେହେତୁ କିରଣଙ୍କ ନାମରେ ଥିବା ସେୟାର ବିକ୍ରି ହୋଇଛି, ତେଣୁ ତାଙ୍କ ଉପରେ କଂପାନି ପକ୍ଷରୁ ସାଢ଼େ ନଅ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି। ସେହି ଜରିମାନା ରାଶିକୁ କିରଣଙ୍କ ପସନ୍ଦର ଦାତବ୍ୟ ଅନୁଷ୍ଠାନକୁ ଦାନ କରାଯିବ ବୋଲି ଇନ୍‌ଫୋସିସ୍‌ ପକ୍ଷରୁ ସେୟାର ବଜାରକୁ ଜଣାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe