ଜାଣନ୍ତୁ ‘ବଜେଟ୍‌’ ଶବ୍ଦ ପଛର କାହାଣୀ

Advertisment
ଜାଣନ୍ତୁ ‘ବଜେଟ୍‌’ ଶବ୍ଦ ପଛର କାହାଣୀ

ନୂଆଦିଲ୍ଲୀ: ସମ୍ବିଧାନରେ ବଜେଟ୍‌ ଶବ୍ଦ ବିଷୟରେ ଉଲ୍ଲେଖ ନାହିଁ। କିନ୍ତୁ ଏହା ଏକ ଜଣାଶୁଣା ଶବ୍ଦ। ପ୍ରତିବର୍ଷ ଫେବ୍ରୁଆରି ଆସିଲେ ଏହି ଶବ୍ଦକୁ ନେଇ ଚର୍ଚା ସୃଷ୍ଟି ହୁଏ। ସମ୍ବିଧାନରେ ବଜେଟ୍‌କୁ ବାର୍ଷିକ ବିତ୍ତୀୟ ବିବରଣୀ ବୋଲି କୁହାଯାଇଛି।
୧୭୩୩ ମସିହାର କଥା। ସେତେବେଳେ ବ୍ରିଟେନ୍‌ର ଚାନ୍‌ସେଲର ଅଫ୍‌ ଏକ୍ସଚେକର ରବର୍ଟ ଓ୍ଵାଲପୋଲ୍‌ ଦେଶର ଆର୍ଥିକ ସ୍ଥିତି ବିଷୟରେ ତଥ୍ୟ ଉପସ୍ଥାପନ କରିବା ପାଇଁ ଦସ୍ତାବିଜ ଏବଂ ନିଜର ଭାଷଣକୁ ଏକ ଚମଡ଼ା ବ୍ୟାଗ୍‌ରେ ଆଣିଥିଲେ। ଫ୍ରାନ୍‌ସରେ ଚମଡ଼ା ବ୍ୟାଗ୍‌କୁ ‘ବୁଜେଟ୍‌’ କୁହାଯାଏ। ଏହା ପରଠାରୁ ତାହାକୁ ବୁଜେଟ୍‌ ବୋଲି କୁହାଗଲା। ସମୟ ଗଡ଼ି ଚାଲିବା ସହିତ ବୁଜେଟ୍‌ ଧୀରେ ଧୀରେ ବଜେଟ୍‌ରେ ପରିଣତ ହୋଇଗଲା। ବର୍ଷ ପରେ ବର୍ଷ ବଜେଟ୍‌ ଶବ୍ଦର ପ୍ରଚଳନ ଅଧିକ ମଜବୁତ ହୋଇଗଲା।

ରବର୍ଟ ଓ୍ଵାଲପୋଲ୍‌ ସେହି ସମୟରେ ଯେଉଁ ଟିକସ ପ୍ରସ୍ତାବଗୁଡ଼ିକ ଦେଇଥିଲେ ତାହାକୁ ପ୍ରବଳ ବିରୋଧ କରାଯାଇଥିଲା ଏବଂ ସେ ଦସ୍ତାବିଜଗୁଡ଼ିକୁ ଚମଡ଼ା ବ୍ୟାଗ୍‌ରେ ଆଣି ଥିବାରୁ ତାଙ୍କୁ ବିଭିନ୍ନ ମହଲରେ ଉପହାସ କରାଯାଇଥିଲା। ମାତ୍ର ସେ ଯେଉଁ ପରମ୍ପରା ସୃଷ୍ଟି କରିଥିଲେ ତାହାକୁ ବଦଳାଇବା ପାଇଁ ଅନ୍ୟ କେହି ସାହସ କରିନଥିଲେ। ବଜେଟ୍‌ ବ୍ୟାଗ୍‌ର ଇତିହାସ ମଧ୍ୟ ବହୁତ ରୋଚକ। ୧୮୬୦ ମସିହା ପୂର୍ବରୁ ବ୍ରିଟେନ୍‌ର ସମସ୍ତ ଚାନ୍‌ସେଲର ଅଫ୍‌ ଏକ୍ସଚେକର୍‌ ଚମଡ଼ା ବ୍ୟାଗ୍‌ରେ କାଗଜପତ୍ର ଆଣୁଥିଲେ। ୧୮୬୦ ମସିହାରେ ଚାନ୍‌ସେଲର ଗ୍ଲେଡଷ୍ଟୋନ୍‌ କାଠରେ ଏକ ବ୍ୟାଗ୍‌ ତିଆରି କରି ତା’ ଉପରେ ଲାଲ୍‌ ରଙ୍ଗର ଚମଡ଼ା ଲଗାଇଲେ ଏବଂ ସେଥିରେ ମହାରାଣୀ ଭିକ୍ଟୋରିଆଙ୍କ ମନୋଗ୍ରାମ୍‌ ଖଞ୍ଜିଥିଲେ। ଏହାପରଠାରୁ ସବୁ ଅର୍ଥମନ୍ତ୍ରୀ ସେଭଳି ବ୍ୟାଗ୍‌ରେ ବଜେଟ୍‌ ଦସ୍ତାବିଜ୍‌ ଆଣୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe