ମିସୋ ବାବଦରେ ଜାଣିଛନ୍ତି କି ଏସବୁ ସିକ୍ରେଟ କଥା!

ପ୍ରଥମ କମ୍ପାନୀ ଫେଲ, ଦ୍ଵିତୀୟ କମ୍ପାନୀର ମୂଲ୍ୟ ୪୧ ହଜାର କୋଟି ଟଙ୍କା

ମିସୋ ବାବଦରେ ଜାଣିଛନ୍ତି କି ଏସବୁ ସିକ୍ରେଟ କଥା!

ନୂଆଦିଲ୍ଲୀ: ଦେଶରେ ଷ୍ଟାର୍ଟଅପ୍ ସଂସ୍କୃତି ଦ୍ରୁତ ଗତିରେ ବଢୁଛି ଏବଂ ଅନେକ ଯୁବ ଉଦ୍ୟୋଗୀ ଏହି କ୍ଷେତ୍ରରେ ପାଦ ଥାପୁଛନ୍ତି | ଏହି ଯୁବ ଉଦ୍ୟୋଗୀମାନଙ୍କୁ କେବଳ ଦେଶରୁ ନୁହେଁ ବରଂ ବିଦେଶରୁ ମଧ୍ୟ ଫଣ୍ଡିଙ୍ଗ ମିଳୁଛି | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଷ୍ଟାର୍ଟଅପ ବାବଦରେ କହିବୁ ଯାହାର ବ୍ୟବହାର ଏବେ ଦିନକୁ ଦିନ ବଢିଚାଲିଛି | ଅନ୍ୟ ସପିଙ୍ଗ ପ୍ଲାଟଫର୍ମ ଅପେକ୍ଷା କମ ମୂଲ୍ୟରେ ସାମଗ୍ରୀ ଯୋଗାଉଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଏହାର ଚାହିଦା ମଧ୍ୟ ବଢିଚାଲିଛି | ଏହି କମ୍ପାନୀର ନାମ ହେଉଛି ମିସୋ । ବିଦିତ ଆତ୍ରେୟ ଏବଂ ସଞ୍ଜୀବ ବରନୱାଲ ନାମକ ଦୁଇ ଯୁବ ଉଦ୍ୟୋଗୀ ଏହି କମ୍ପାନୀର ପ୍ରତିଷ୍ଠାତା | ଆଇଆଇଟି ଦିଲ୍ଲୀର ଏହି ୨ ଜଣ ଆଲୁମିନି ସ୍ନାତକୋତ୍ତର ସମାପ୍ତ କରିବାର କିଛି ବର୍ଷ ପରେ, ପ୍ରଥମେ ଏକ ଷ୍ଟାର୍ଟଅପ ସ୍ଥାପନ କରିଥିଲେ | ତେବେ ଏହା ଲୋକଙ୍କ ଦ୍ୱାରା ସେତେ ଗ୍ରହଣୀୟ ହୋଇପାରିନଥିଲା ଓ ଫେଲ ମାରିଥିଲା | ଯଦିଓ ସେମାନଙ୍କର ପ୍ରଥମ ଷ୍ଟାର୍ଟଅପ୍ ବିଫଳ ହୋଇଥିଲା, ଏହା ଉଭୟଙ୍କ ପାଇଁ ଏକ ଭଲ ଶିକ୍ଷା ଥିଲା | ସେମାନେ ଜାଣିବାକୁ ପାଇଲେ ଯେ ଦେଶରେ ସକ୍ରିୟ ଥିବା ଛୋଟ ବ୍ୟବସାୟୀମାନେ ସୋସିଆଲ ମିଡିଆ ବ୍ୟବହାର କରି ସେମାନଙ୍କ ଉତ୍ପାଦ ବିକ୍ରୟ କରୁଛନ୍ତି, କିନ୍ତୁ ଅଧିକ ସଫଳତା ପାଇନାହାଁନ୍ତି। ଏହାକୁ ଧ୍ୟାନରେ ରଖି ବିଦିତ ଏବଂ ସଞ୍ଜୀବ ମିସୋ ଆରମ୍ଭ କରିବାର ସଂକଳ୍ପ ନେଇଥିଲେ।

ବାସ୍ତବରେ ଦେଶର ଅନେକ ଲୋକ ଏବଂ ଛୋଟ ବ୍ୟବସାୟୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ସେମାନଙ୍କ ଉତ୍ପାଦ ବିକ୍ରି କରନ୍ତି। କିନ୍ତୁ ସେମାନଙ୍କର ସାମଗ୍ରୀଗୁଡିକ ଅଧିକ ଲୋକଙ୍କ ପାଖରେ ପହଞ୍ଚେ ନାହିଁ | ସୋସିଆଲ ମିଡିଆରେ ବ୍ୟବସାୟ କରିବା ସହିତ ଜଡିତ ଏହି ସମସ୍ୟାକୁ ସମାଧାନ କରିବାକୁ ବିଦିତ ଏବଂ ସଞ୍ଜୀବ ୨୦୧୫ରେ ମିସୋ ପ୍ରତିଷ୍ଠା କରିଥିଲେ। କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ବିଦିତ୍ କହିଛନ୍ତି ଯେ ମିସୋ ଅର୍ଥ ହେଉଛି “ମୋର ଦୋକାନ” | ଆମର ପ୍ଲାଟଫର୍ମ ୧କୋଟି ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ଅନଲାଇନ୍ ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରିଛି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା। ମିସୋର ବଜାର ମୂଲ୍ୟ ପ୍ରାୟ ୪୧ ହଜାର କୋଟି ଟଙ୍କାରେ ପହଞ୍ଚିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe