ଦୀପାବଳିରେ ଏହି ସବୁ ସ୍ମାର୍ଟଫୋନ ବଜାରକୁ ଆସିଛି

ଦୀପାବଳିରେ ଏହି ସବୁ ସ୍ମାର୍ଟଫୋନ ବଜାରକୁ ଆସିଛି

ନୂଆଦଲ୍ଲୀ :  ଆଗକୁ ଅଛି ଦୀପାବଳି । ଏହି ଉପଲକ୍ଷେ କେତେକ ନୂଆ ଫୋନ ବଜାରକୁ ଆସିଛି ।     ଏହି କ୍ରମରେ ପ୍ରଥମଟି ହେଉଛି ଟେକ୍ନୋ କ୍ୟାମନ ଆଇ-ଏୟାର- ପ୍ଲସ୍‌ । ଏଥିରେ ୧୩ ଏମପି ପଛ କ୍ୟାମେରା ଏବଂ ୨ ଏମପି ଦ୍ୱିତୀୟ ପଛ କ୍ୟାମେରା ରହିଛି। ଏଥିରେ ଏଆଇ ଅଟୋ ସିନ୍‌ ଡିଟେକ୍ସନ୍‌ ସୁବିଧା ରହିଛି। ଏହା କ୍ଷୀଣ ଆଲୋକ ତଥା ଉଜ୍ଜଳ ଆଲୋକରେ ଭଲ ଫଟୋ ଉଠାଇବାକୁ ସକ୍ଷମ ହୋଇଥାଏ। ଏହାର ମୂଲ୍ୟ ୮୯୯୯ ଟଙ୍କା ରହିଛି।

ଏହା ଛଡା ଭିଭୋ ଊି-୯ ପ୍ରୋମ ମଧ୍ୟ ଏବେ ଅଫଲାଇନ ଷ୍ଟୋରରେ ଉପଲବ୍ଧ ହେଉଛି । ଏହାର ମୂଲ୍ୟ ୧୭,୯୯୦ ଟଙ୍କା ରହିଛି ।

publive-image

ସେହିପରି ଇନଫିନିକ୍ସ୍‌ ହଟ୍‌ ଏସ୍‌-୩-ଏକ୍ସ ଆପଣଙ୍କ ପ୍ରିୟପରିଜନଙ୍କ ପାଇଁ ଏକ ଉପଯୁକ୍ତ ଉପହାର ସାବ୍ୟସ୍ତ ହୋଇପାରିବ। ଏଥବରେ ୧୬ ଏମପି ଏଆଇ ସେଲଫି କ୍ୟାମେରା, ଦୀଘଁ ବ୍ୟାଟେରୀ ସୁବିଧା, ୬.୨ ଇଂଚ ସ୍କ୍ରିନ୍‌, ୧୯:୯ ଆସପେକ୍ଟ ରେସିଓ, ୧୩ ଏମପି ଏବଂ ୨ ଏମପି ପଛ କ୍ୟାମେରା, ଫେସ ଅନ୍‌ ଲକ୍‌, ଏକ୍ସଓଏସ୍‌ ୩.୩ ପାୱାରଡ୍‌ ଆଣ୍ଡ୍ରଏଡ୍‌ ଓରିଓ ୮.୧ ଅପରେଟିଂ ସିଷ୍ଟମ ଆଦି ସୁବିଧା ରହିଛି। ଏହାର ମୂଲ୍ୟ ୯୯୯୯ ଟଙ୍କା ରହିଛି। ଏହା ନଭେମ୍ବର ୧ ତାରିଖଠାରୁ ବଜାରରେ ମିଳୁଛି ।

ଦିୱାଲୀରେ କ୍ୟାନନ୍‌ ପାୱାର ଶଟ୍‌ ଏସଏକ୍ସ-୭୪୦ ଏଚଏସ ଏକ ଉପଯୋଗୀ ଉପହାର ହୋଇପାରିବ। ଏଥିରେ ୪୦ ଏକ୍ସ ଜୁମ୍‌, ଟିଜି ୮ ଇମେଜ୍‌ ପ୍ରୋସେସର, ୪କେ ଟାଇମ୍‌ ଲ୍ୟାପ୍ସ୍‌, ୱାଇ-ଫାଇ ସଂଯୋଗ ସୁବିଧା ଆଦି ରହିଛି। ଏହାର ମୂଲ୍ୟ ୨୭,୯୯୫ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe