ରେଳବାଇ ଓ ଏସ୍‌ବିଆଇରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏହି ପଦ ପାଇଁ ଏପରି କରନ୍ତୁ ଆବେଦନ

ରେଳବାଇ ଓ ଏସ୍‌ବିଆଇରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏହି ପଦ ପାଇଁ ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: କୋନ୍‌କାନ୍‌ ରେଲେଓ୍ଵ ରିକ୍ୱାରମେଣ୍ଟ-୨୦୧୮ରେ ୧୦୦ଟି ଟ୍ରାକ୍‌ମ୍ୟାନ୍‌ ଓ ଆସିସ୍‌ଟାଣ୍ଟ ପଏଣ୍ଟମ୍ୟାନ୍‌ ପଦ ପୂରଣ ପାଇଁ ଘୋଷଣା ଜାରି କରାଯାଇଛି। ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଦଶମ ଶ୍ରେଣୀ ପାସ୍‌ ହୋଇଥିବା ଆବଶ୍ୟକ। ସେମାନଙ୍କ ଚୟନ ପିଇଟି ଓ ଇଣ୍ଟରଭ୍ୟୁ ଜରିଆରେ ହେବ। ଏଥିରେ ସେମାନେ ଯଦି ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ଦରମା ୨୪,୫୦୦ଟଙ୍କା ହେବ। ଏହି ପଦ ପାଇଁ ପ୍ରାର୍ଥୀ ଅନ୍‌ଲାଇନ୍‌ ଜରିଆରେ ଆବେଦନ କରି ପାରିବେ। ଶେଷ ତାରିଖ ୦୬.୦୭.୨୦୧୮ ରହିଛି।

ଆବେଦନ ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ, https://www.viralgovtjobs.in/konkan-railway-recruitment-2018-100-posts/

publive-image

ସେହିପରି ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ-୨୦୧୮ରେ ରିସର୍ଚ୍ଚ ଆନାଲିଷ୍ଟ ପଦ ପୂରଣ ପାଇଁ ଘୋଷଣା ଜାରି କରାଯାଇଛି। ଏହି ପଦକୁ ଅନ୍‌ଲାଇନ୍‌ ଜରିଆରେ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରି ପାରିବେ। ଏହି ପଦ ପାଇଁ ଯେଉଁ ପ୍ରାର୍ଥୀ ଚୟନ ହୁଅନ୍ତୁ ସେମାନଙ୍କ ବେତନ ୪୦,୫୦୦ଟଙ୍କା ରହିବ। ଆବେଦନ କରୁଥିବା ପ୍ରାର୍ଥୀଙ୍କ ଯୋଗ୍ୟତା ଡିଗ୍ରି ହୋଇଥିବା ଦରକାର।

ଆବେଦନ ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ, http://bit.ly/2Mm8Rtl

publive-image

ନାବାର୍ଡ ରିକ୍ୱାରମେଣ୍ଟ -୨୦୧୮ରେ ସ୍ପେଶିଆଲିଷ୍ଟ ଅଫିସର ପଦ ପୂରଣ ପାଇଁ ସୂଚନା ଜାରି କରାଯାଇଛି। ଏହି ପଦ ପୂରଣ ପାଇଁ ଆବଦେନକାରୀଙ୍କ ଯୋଗ୍ୟତା ଡିଗ୍ରୀ ହୋଇଥିବା ଦରକାର। ଏହି ପଦର ବେତନ ୨୪,୫୦୦ଟଙ୍କା ରହିଛି । ଲିଖିତ ଓ ସାକ୍ଷାତକାର ଜରିଆରେ ଅନ୍‌ଲାଇନ୍‌ ପରୀକ୍ଷା ହେବ। ଆବେଦନର ଶେଷ ତାରିଖ ୦୫.୦୭.୨୦୧୮ ରହିଛି।

ଆବେଦନ ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ, http://bit.ly/2JOSoiJ

publive-image

ୟୁଆଇଡିଏଆଇ ରିକ୍ୱାରମେଣ୍ଟ-୨୦୧୮ରେ ଅଫିସର ପଦ ପାଇଁ ଘୋଷଣା କରାଯାଇଛି। ଏହି ପଦ ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା ଡିଗ୍ରୀ ହୋଇଥିବା ଆବଶ୍ୟକ। ଅଫଲାଇନ୍‌ ଜରିଆରେ ୧.୦୮.୨୦୧୮ ପର୍ଯ୍ୟନ୍ତ ଆବେଦନ କରି ପାରିବେ। ଏଥିରେ ଉତ୍ତୀର୍ଣ୍ଣ ହେଲେ ପ୍ରାର୍ଥୀଙ୍କ ଦରମା ୨୫,୭୦୦ଟଙ୍କା ରହିଛି।

ଆବେଦନ ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ, http://bit.ly/2Mo5EJS

publive-image

ସାଉଥ୍‌ ଇଷ୍ଟ ସେଣ୍ଟ୍ରାଲ ରେଲେଓ୍ଵ-୨୦୧୮ରେ ଷ୍ଟେସନ୍‌ ମାଷ୍ଟର ଓ ଗାର୍ଡର ଖାଲି ଥିବା ପଦ ପୂରଣ ପାଇଁ ଘୋଷଣା କରାଯାଇଛି। ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଯୋଗ୍ୟତା ଦ୍ୱାଦଶ ଶ୍ରେଣୀ ପାସ୍‌ ଓ ଡିଗ୍ରୀ ହୋଇଥିବା ଆବଶ୍ୟକ। ଅଫଲାଇନ୍‌ରେ ୧୨,୦୭.୨୦୧୮ ପର୍ଯ୍ୟନ୍ତ ଆବେଦନ କରି ପାରିବେ । ପ୍ରାର୍ଥୀଙ୍କ ଦରମା ୨୫,୫୦୦ଟଙ୍କା ରହିଛି।

ଆବେଦନ ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ, http://bit.ly/2t7ApJV

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe