କେଭି ସିଂହଦେଓ କେନ୍ଦ୍ର ଜିଏସ୍‌ଟି ପରିଷଦ ସଦସ୍ୟ

Advertisment
କେଭି ସିଂହଦେଓ କେନ୍ଦ୍ର ଜିଏସ୍‌ଟି ପରିଷଦ ସଦସ୍ୟ

ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କେନ୍ଦ୍ର ଜିଏସ୍‌ଟି ପରିଷଦ ସଦସ୍ୟ ଭାବେ ଚୟନ କରାଯାଇଛି। ଅନ୍ୟ ରାଜ୍ୟଗୁଡ଼ିକର ଅର୍ଥମନ୍ତ୍ରୀମାନେ ପରିଷଦର ସଦସ୍ୟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପାଇଁ ଶ୍ରୀ ସିଂହଦେଓଙ୍କ ନାମକୁ ମୋନନୀତ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ପାଖରେ ଅର୍ଥ ବିଭାଗ ରଖିଥିବା ବେଳେ ବଜେଟ୍ ମଧ୍ୟ ଉପସ୍ଥାପନ କରିଥିଲେ। ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ପରିଷଦର ଆବାହକ ଥିବା ବେଳେ ହରିୟାଣା ଅର୍ଥମନ୍ତ୍ରୀ ଜୟ ପ୍ରକାଶ ଦଲାଲ, ଛତିଶଗଡ଼ ଅର୍ଥମନ୍ତ୍ରୀ ଓ ପି ଚୌଧୁରୀ, ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିଶୀ ମାରଲେନା, ଆସାମ ଅର୍ଥମନ୍ତ୍ରୀ ଅଜନ୍ତା ନିୟୋଗ, ଆନ୍ଧ୍ର ଅର୍ଥମନ୍ତ୍ରୀ ପି କେଶବ ଓ ତାମିଲନାଡୁ ଅର୍ଥମନ୍ତ୍ରୀ ଥଙ୍ଗମ ଥେନରାସୁ ଅନ୍ୟତମ ସଦସ୍ୟ ରହିଛନ୍ତି।

ଏହି ମନ୍ତ୍ରୀ ପରିଷଦ ସୂଚନା ପ୍ରଯୁକ୍ତି କାର୍ଯ୍ୟ ପ୍ରଣାଳୀର ସମୀକ୍ଷା କରିବା ସହିତ ବ୍ୟାବସାୟିକ ଧାରାରେ ପରିବର୍ତ୍ତନ ସକାଶେ ପଦକ୍ଷେପ ଗ୍ରହଣ କରିବ। ଟିକସ ଫାଙ୍କିର ମୁଖ୍ୟ ଉତ୍ସଗୁଡ଼ିକ ବାବଦରେ ଅନୁସନ୍ଧାନ କରି ତାହାର ଦୂରୀକରଣ ପାଇଁ ମତାମତ ଦେବ। ତଥ୍ୟ ବିଶ୍ଳେଷଣକୁ ଗୁରୁତ୍ବ ଦେଇ ରାଜସ୍ବ ବୃଦ୍ଧି ଦିଗରେ କାର୍ଯ୍ୟ କରିବ। ଜିଏସ୍‌ଟି ବ୍ୟବସ୍ଥାରେ ବିଭିନ୍ନ ପରିବର୍ତ୍ତନଗୁଡ଼ିକର ରୂପାୟନ ପାଇଁ ସମୟ ସୀମା ନିର୍ଧାରଣ କରିବ। ୨୦୨୧ ସେପ୍ଟେମ୍ବରରେ ପ୍ରଥମ ମନ୍ତ୍ରୀସ୍ତରୀୟ ପରିଷଦ ଗଠନ ହୋଇଥିଲା। ଚଳିତ ମାସରେ ତାହା ପୁନର୍ଗଠିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe