ଇତିହାସ ପାଲଟିଲା ୯୪ ବର୍ଷ ପୁରୁଣା ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଇତିହାସ ପାଲଟିଲା ୯୪ ବର୍ଷ ପୁରୁଣା ଲକ୍ଷ୍ମୀ ବିଳାସ ବ୍ୟାଙ୍କ

New Indian Express

ନୂଆଦିଲ୍ଲୀ : ଭି ଏସ୍‌ଏନ୍ ରାମଲିଙ୍ଗା ଚେଟିଆର୍‌ଙ୍କ ନେତୃତ୍ବରେ ତାମିଲନାଡୁର କରୁର୍‌ ଠାରେ ସାତ ଜଣ ବ୍ୟବସାୟୀ ମିଶି ୧୯୨୬ରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଆରମ୍ଭ କରିଥିଲେ। ଦୀର୍ଘ ୯୪ ବର୍ଷ ପରେ ଆଜିଠାରୁ ଏହା ନିଜର ପରିଚୟ ସବୁଦିନ ପାଇଁ ହରାଇଛି। ଇତିହାସ ପୃ‌ଷ୍ଠାରେ ସାମିଲ ହେବା ବେଳକୁ ଦେଶର ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହାର ୫୬୬ଟି ଶାଖା ଓ ୯୭୩ଟି ଏଟିଏମ୍‌କୁ ନେଇ ଏକ ବିଶାଳ ନେଟ୍‌ୱର୍କ ଥିଲା। ସିଙ୍ଗାପୁର୍‌ର ବ୍ୟାଙ୍କ ଡିବିଏସ୍‌ର ଭାରତୀୟ ସଂସ୍ଥା ସହ ଏହାର ମିଶ୍ରଣ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଲକ୍ଷ୍ମୀ ବିଳାସ ବ୍ୟାଙ୍କର ସମସ୍ତ ଶାଖା ଡିବିଏସ୍‌ର ଶାଖା ଭାବେ ନାମିତ ହୋଇଛି। ଏହାର ସବୁ ଜମା ଏବଂ ଗ୍ରାହକ ମଧ୍ୟ ଡିବିଏସ୍‌କୁ ହସ୍ତାନ୍ତର କରାଯାଇଛି। ଏହି ବହୁ ପୁରୁଣା ବ୍ୟାଙ୍କକୁ ସଙ୍କଟରୁ ଉଦ୍ଧାର କରିବା ଲାଗି ତାହାକୁ ଡିବିଏସ୍‌ ବ୍ୟାଙ୍କ ସହ ମିଶ୍ରଣ କରାଯାଇଛି। ଦେଶରେ ପ୍ରଥମ ଥର ଲାଗି କୌଣସି ବ୍ୟାଙ୍କକୁ ଏକ ବିଦେଶୀ ବ୍ୟାଙ୍କ ସହ ମିଶ୍ରଣ କରାଯାଇଛି। ଏହି ମିଶ୍ରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‌ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ମଞ୍ଜୁରି ମଧ୍ୟ ଦିଆଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ମିଶ୍ରଣ ଯୋଜନା ପ୍ରସ୍ତୁତ କରିଥିଲା। ଷ୍ଟକ ବଜାରରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ସେୟାର କାରବାର ଉପରେ ରୋକ ଲଗାଯାଇଛି। ତେବେ ଏହି ମିଶ୍ରଣକୁ ବ୍ୟାଙ୍କ କର୍ମଚାରୀ ସଂଘ ଏଆଇବିଇଏ ଓ ସ୍ବଦେଶୀ ଜାଗରଣ ମଞ୍ଚ ବିରୋଧ କରିଛନ୍ତି। ସମ୍ପୂର୍ଣ୍ଣ ମାଗଣାରେ ଏକ ଭାରତୀୟ ବ୍ୟାଙ୍କକୁ ବିଦେଶୀ ବ୍ୟାଙ୍କ ହାତକୁ ଟେକି ଦିଆଗଲା ବୋଲି ଏଆଇବିଇଏ ତରଫରୁ ଅଭିଯୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe