କରୋନା ଟିକା ବିକାଶ ପାଇଁ ଲକ୍ଷ୍ମୀ ମିତ୍ତଲ ଦେଲେ ୩୩୦୦ କୋଟି

କରୋନା ଟିକା ବିକାଶ ପାଇଁ ଲକ୍ଷ୍ମୀ ମିତ୍ତଲ ଦେଲେ ୩୩୦୦ କୋଟି

The Economic Times

କୋଲକାତା: ଷ୍ଟିଲ୍ ଟାଇକୁନ୍ ଲକ୍ଷ୍ମୀ ନିବାସ ମିତ୍ତଲ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଜେନର ଇନଷ୍ଟିଚ୍ୟୁଟ୍‌ ଅଧୀନ ଟିକା ବିକାଶ ବିଭାଗ (ଭାକ୍ସନୋଲୋଜି ଡିପାର୍ଟମେଣ୍ଟ)କୁ ୩.୫ ନିୟୁତ ପାଉଣ୍ଡ ବା ପାଖାପାଖି ୩୩୦୦ କୋଟି ଟଙ୍କା ଦାନ କରିଛନ୍ତି। କରୋନା ଟିକାର ବିକାଶ ପାଇଁ ଶ୍ରୀ ମିତ୍ତଲ ଓ ତାଙ୍କ ପରିବାର ଏହି ଅର୍ଥ ଦାନ କରିଛନ୍ତି। ବିଶ୍ବରେ ଉକ୍ତ ପ୍ରତିଷ୍ଠାନ ଟିକା ବିକାଶ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଛି। କୋଭିଡ-୧୯ ମହାମାରୀ ପାଇଁ ଏହି ପ୍ରତିଷ୍ଠାନ ବିକାଶ କରିଥିବା ଟିକାର ହ୍ୟୁମାନ ଟ୍ରା‌ଏଲ ବିଶ୍ବର ବିଭିନ୍ନ ସ୍ଥାନରେ ହେଉଛି। ତେବେ ଲକ୍ଷ୍ମୀ ମିତ୍ତଲ ଉକ୍ତ ଅନୁଦାନ ‌ରାଶି ଦେବା ପରେ ଜେନର ଇନଷ୍ଟିଚ୍ୟୁଟ୍‌ର ଟିକା ଗବେଷଣା ଚେୟାର ନାମ ଲକ୍ଷ୍ମୀ ମିତ୍ତଲ ଆଣ୍ଡ ଫ୍ୟାମିଲି ପ୍ରଫେସରସିପ୍ ଅଫ୍ ଭାକ୍ସିନୋଲୋଜି ରହିବ। ଉକ୍ତ ପଦରେ ଜେନର ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ଆଡ୍ରିଆନ୍ ହିଲ୍ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe