ଆଇନକ୍ସ ସୋଲାର୍‌କୁ ଢେଙ୍କାନାଳରେ ଜମି: ୪୦୦୦ କୋଟି ନିବେଶ କରିବ

ସୋଲାର ସେଲ୍‌ ଓ ସୋଲାର୍‌ ମଡ୍ୟୁଲ୍‌ ଉତ୍ପାଦନ କାରଖାନା ବସାଇବା ଲାଗି ଆଇନକ୍ସ ସୋଲାର୍‌କୁ ରାଜ୍ୟ ସରକାର ଢେଙ୍କାନାଳରେ ୭୮ ଏକର ଜମି ପ୍ରଦାନ କରିଥିବା କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

ଇରେଡା ଆଇପିଓକୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ବର: ସୋଲାର ସେଲ୍‌ ଓ ସୋଲାର୍‌ ମଡ୍ୟୁଲ୍‌ ଉତ୍ପାଦନ କାରଖାନା ବସାଇବା ଲାଗି ଆଇନକ୍ସ ସୋଲାର୍‌କୁ ରାଜ୍ୟ ସରକାର ଢେଙ୍କାନାଳରେ ୭୮ ଏକର ଜମି ପ୍ରଦାନ କରିଥିବା କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ‘ଆଇନକ୍ସ କ୍ଲିନ୍‌’ର ସହାୟକ ସଂସ୍ଥା ଭାବେ ପରିଚାଳିତ ହେଉଥିବା ଆଇନକ୍ସ ସୋଲାର୍‌ ୪୦୦୦ କୋଟି ଟଙ୍କା ନିବେଶରେ ୪.୮ ଗିଗାୱାଟ୍‌ର ସୋଲାର୍‌ ସେଲ୍ ଓ ୪.୮ ଗିଗାୱାଟ୍‌ର ସୋଲାର୍‌ ମଡ୍ୟୁଲ୍‌ କାରଖାନା ସ୍ଥାପନ କରିବ। ନିକଟରେ ଉଚ୍ଚ କ୍ଷମତା ସମ୍ପନ୍ନ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ)ରେ କମ୍ପାନିର ଏହି ପ୍ରକଳ୍ପକୁ ମଞ୍ଜୁର କରାଯାଇଥିଲେ।

ଏହା ରାଜ୍ୟରେ ୩୪୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ‌ଅକ୍ଷୟ ଶକ୍ତି କ୍ଷମତାକୁ ସୁଦୃଢ଼ କରିବାରେ ସହାୟକ ହେବ। ଏହି ନିବେଶ ଓଡ଼ିଶାକୁ ଅକ୍ଷୟ ଶକ୍ତିର ପାୱାରହାଉସ୍‌ରେ ପରିଣତ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଇନକ୍ସ ଜିଏଫ୍‌ଏଲ୍‌ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବାଂଶ ଜୈନ କହିଛନ୍ତି ଯେ ଏହି ଗୁରୁତ୍ବପୂର୍ଣ୍ଣ ଜମି ଆବଣ୍ଟନ ଆମକୁ ଆମ ‌ସୌର ଶକ୍ତି ଉପସ୍ଥିତି ବଢ଼ାଇବାରେ ସହାୟକ ହେବ। ଅକ୍ଷଞ ଶକ୍ତିରେ ଆମର ଥିବା ଅଭିଜ୍ଞତା ବ୍ୟବହାର କରି ଆମେ ବିଶ୍ବସ୍ତରୀୟ ବିନିର୍ମାଣ ସମାଧାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe