କରୋନା ମହାମାରୀ ସମୟରେ ଛଟେଇ ବଦଳରେ ୧୨୦୦ ଜଣ ନୂଆ ନିଯୁକ୍ତି ଦେଇଛି ଭାରତର ଏହି କମ୍ପାନୀ

Advertisment
ପାଠପଢ଼ା, ପରୀକ୍ଷା ନେଇ ସ୍ପଷ୍ଟ କରୁନି ବୈଷୟିକ ଶିକ୍ଷା ବିଭାଗ

Moneycontrol

ନୂଆଦିଲ୍ଲୀ: କରୋନା ମହାମାରୀ ଓ ଏହା ପରବର୍ତ୍ତୀ ଲକଡାଉନ ଯୋଗୁଁ ଅନେକ କମ୍ପାନୀ କର୍ମଚାରୀ ଛଟେଇ କରିଥିବାବେଳେ ଖୁବଶୀଘ୍ର ଆଉ କିଛି କମ୍ପାନୀ ମଧ୍ୟ ଛଟେଇ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି | ତେବେ ଅଗ୍ରଣୀ ନିର୍ମାଣ କମ୍ପାନୀ ଲାରସେନ୍ ଆଣ୍ଡ ଟୁବ୍ରୋ କହିଛି ଯେ କରୋନା ମହାମାରୀ ମଧ୍ୟରେ ୧୨୯୭ ଜଣ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରିବାରେ ସକ୍ଷମ ହୋଇଛି । ଏହି ଛାତ୍ରମାନେ ଆଇଆଇଟି ଏବଂ ଅନ୍ୟାନ୍ୟ କଲେଜରୁ ନିଯୁକ୍ତି ପାଇଛନ୍ତି |

କମ୍ପାନୀ ତରଫରୁ କୁହାଯାଇଛି ଯେ ୨୦୧୯ ରେ କମ୍ପାନୀ ୧୧୨ ଟି କଲେଜକୁ କ୍ୟାମ୍ପସ ସିଲେକସନ ପାଇଁ ଯାଇଥିଲା | ଏଠାରେ ହଜାର ହଜାର ଛାତ୍ରଛାତ୍ରୀ ଆବେଦନ କରିଥିଲେ, ଯାହାଙ୍କର ନିଯୁକ୍ତି ୨୦୨୦ ମସିହା ପାଇଁ ଥିଲା। ଏଥି ମଧ୍ୟରେ ଉଭୟ ସ୍ନାତକ ଏବଂ ପୋଷ୍ଟ ସ୍ନାତକ ଇଞ୍ଜିନିୟରିଂ ଛାତ୍ର ଅନ୍ତର୍ଭୁକ୍ତ ଥିବାବେଳେ ମୋଟ ୧୮୦୦୦ ଛାତ୍ରଛାତ୍ରୀ ଆବେଦନ କରିଥିଲେ ।

ସେମାନଙ୍କ ମଧ୍ୟରୁ ପ୍ରାୟ ୭ ପ୍ରତିଶତ ଅର୍ଥାତ୍ ୧୨୯୭ ଜଣ ଛାତ୍ରଛାତ୍ରୀଙ୍କୁ ଚାକିରି ଦିଆଯାଇଥିଲା। ଏଲ୍ ଆଣ୍ଡ ଟି ଗ୍ରୁପ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏବଂ ପରିଚାଳନା ନିର୍ଦ୍ଦେଶକ ଏସ୍.ଏନ୍ ସୁବ୍ରମଣ୍ୟନ୍ କହିଛନ୍ତି, 'ଗତ ବର୍ଷ ଏହି ଇଂଜିନିୟରିଂ ଏବଂ ଆଇଆଇଟି, ଏନ୍ଆଇଟି ଏବଂ ସରକାରୀ ମହାବିଦ୍ୟାଳୟର ସ୍ନାତକମାନେ ଆମ ସହ ଯୋଗ ଦେଇଥିବାରୁ ଆମେ ବହୁତ ଖୁସି' |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe