ବିଳମ୍ବ ହେବ ‌ବୁଲେଟ୍ ଟ୍ରେନ୍ବା, ଧକ ସାଜିଛି ଜମି ଅଧିଗ୍ରହଣ

Advertisment

୩୯% ଜମି ଅଧିଗ୍ରହଣ ହୋଇଛି

୩୯% ଜମି ଅଧିଗ୍ରହଣ ହୋଇଛି

ବିଳମ୍ବ ହେବ ‌ବୁଲେଟ୍ ଟ୍ରେନ୍ବା, ଧକ ସାଜିଛି ଜମି ଅଧିଗ୍ରହଣ

ନୂଆଦିଲ୍ଲୀ: ଦେଶରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟକାରୀ ହେବା ବିଳମ୍ବ ହେବ। ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ବୁଲେଟ୍‌ ଟ୍ରେନ୍ ଚଳାଚଳ ନେଇ ମୋଦୀ ୧.୦ ସରକାର ନିଷ୍ପତ୍ତି ନେଇଥିଲେ। ଏହି ହାଇ ସ୍ପିଡ୍ ରେଳପଥର ଦୈର୍ଘ୍ୟ ୫୦୮ କିମି। ମହାରାଷ୍ଟ୍ର ଏବଂ ଗୁଜରାଟରେ ଏଥିପାଇଁ ଜମି ୧୩୮୭ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ହେବ। କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୫୩୭ ହେକ୍ଟର ବା ୩୯ ପ୍ରତିଶତ ଜମି ଅଧିଗ୍ରହଣ ହୋଇଛି। ଜମି ଅଧିଗ୍ରହଣ ପାଇଁ ଧାର୍ଯ୍ୟ ହୋଇଥିବା ସମୟସୀମା ଶେଷ ହୋଇ ସାରିଥିବାବେଳେ ସରକାର ମାତ୍ର ଏତିକି ଜମି ଅଧିଗ୍ରହଣ କରିବାକୁ ସକ୍ଷମ ହୋଇଛନ୍ତି। ଜାତୀୟ ହାଇସ୍ପିଡ ରେଳ ନିଗମ ଲିମିଟେଡର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତରେ ଏହି ସୂଚନା ଦେଇଛନ୍ତି। ସମୁଦାୟ ଜମି ମଧ୍ୟରୁ ଗୁଜରାଟରେ ୯୪୦ ହେକ୍ଟର ଜମି ମଧ୍ୟରୁ ଜାତୀୟ ହାଇସ୍ପିଡ୍ ରେଳ ନିଗମ ଲିମିଟେଡ ୪୭୧ ହେକ୍ଟର ଏବଂ ମହାରାଷ୍ଟ୍ରରେ ୪୩୧ ହେକ୍ଟର ଭୂମି ମଧ୍ୟରୁ ୬୬ ହେକ୍ଟର ଭୂମି ଅଧିଗ୍ରହଣ କରିଛି। ଏତଦବ୍ୟତୀତ ଦାଦ୍ରା ଏବଂ ନଗର ହେବେଳିରେ ଅଧିଗ୍ରହଣ ହେବାକୁ ଥିବା ୯ ହେକ୍ଟର ଜମି ମଧ୍ୟରୁ ଗୋଟିଏ ହେକ୍ଟର ମଧ୍ୟ ସରକାର ଅଧିଗ୍ରହଣ କରିବାକୁ ସକ୍ଷମ ହୋଇନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ, ଜାପାନ ସରକାରଙ୍କ ସହଯୋଗରେ ଏହି ବୁଲେଟ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟକାରୀ ‌କରିବା ଯୋଜନା ରହିଛି। ୨୦୧୭ ସେ‌େପ୍ଟମ୍ବର ୧୪ରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏବଂ ନରେନ୍ଦ୍ର ମୋଦୀ ମିଳିତଭାବେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ୨୦୨୨ ସୁଦ୍ଧା ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe