ଏଏସିସିଆଇର ଓଡ଼ିଶା ଚାପ୍ଟର ଆରମ୍ଭ

Advertisment
ଏଏସିସିଆଇର ଓଡ଼ିଶା ଚାପ୍ଟର ଆରମ୍ଭ

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଥର ପାଇଁ ଏସିଆନ୍ ଆଫ୍ରିକାନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଏସିସିଆଇ)ର ଚାପ୍ଟର ଆରମ୍ଭ ହେବାକୁ ଯାଉଛି। ଏହି କ୍ରମରେ ଏକ ପ୍ରାରମ୍ଭିକ ବୈଠକ ଆଜି ଉତ୍କଳ ଦିବସରେ ହୋଟେଲ ମେ ଫେୟାରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଦ୍ୟୋଗୀ ଓ ଚାପ୍ଟରର କର୍ମକର୍ତ୍ତା ଯୋଗଦେଇ ଉକ୍ତ ଚାପ୍ଟର ଗଠନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ସୂଚନା ଦେଇଥିଲେ। ଉକ୍ତ ଚାପ୍ଟର ସ୍ଥାପନ ଦ୍ବାରା ଓଡ଼ିଶାର ଉଦ୍ୟୋଗୀ ଏବଂ ବ୍ୟବସାୟୀଙ୍କ ପାଇଁ ଆଫ୍ରିକୀୟ ଦେଶରେ ଏବଂ ଆଫିକ୍ରୀୟ ଉଦ୍ୟୋଗୀଙ୍କ ପାଇଁ ଓଡ଼ିଶାରେ ନିବେଶ ଏବଂ ବ୍ୟବସାୟର ସୁଯୋଗ ସୃଷ୍ଟି ହେବ ବୋଲି ଏହାର ସଭାପତି ଡା ଲିତା ମହାପାତ୍ର କହିଥିଲେ। କରୋନା ମହାମାରୀ ପାଇଁ ବିଶ୍ବରେ ଚାଲିଥିବା ମାନ୍ଦାବସ୍ଥାକୁ ପ୍ରତିହତ କରିବା ସହିତ ଭବିଷ୍ୟତରେ ବ୍ୟବସାୟିକ ଅଭିବୃଦ୍ଧି ପାଇଁ ନୂଆ ପନ୍ଥା ଯୋଗାଇବା କ୍ଷେତ୍ରରେ ଏହା କାର୍ଯ୍ୟ କରିବ ବୋଲି ଆଶାବ୍ୟକ୍ତ କରାଯାଇଛି।

ଏହି ଅବସରରେ ଓଡ଼ିଶା ଚାପ୍ଟରର ଉପସଭାପତି ଭାବେ ରାଜେନ୍ଦ୍ର ପରିଡ଼ା, ଆସୋସିଏଟ ଭାଇସ ପ୍ରେସିଡେଣ୍ଟ ଭାବେ ସିଏସ୍‌ ସୁନୀତା ମହାନ୍ତି, ସଂପାଦକ ଭାବେ ଗୌରବ ଚାୱଲା, ଯୁଗ୍ମ ସଂପାଦକ ଭାବେ ସୁସ୍ମିତ ବର୍ମା ମହାନ୍ତି ଓ କୋଷାଧ୍ୟକ୍ଷ ରୂପେ ଏଏସିସିଆଇ ଓଡ଼ିଶା ଚାପ୍ଟର ଟିମ୍‌ରେ ଯୋଗ ଦେଇଥିଲେ। ସମ୍ବାଦ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକଙ୍କ ସମେତ କଳିଙ୍ଗ କେଶରୀ ରଥ, ଶୁଭାଶିଷ ଦାସ ପ୍ରମୁଖ ଉଦ୍ୟୋଗୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe