ଭୁବନେଶ୍ବର: ଆନନ୍ଦ ଜୁଏଲର୍ସକୁ ରିଟେଲ ଜୁଏଲର ମାଗାଜିନ ପକ୍ଷରୁ କେନ୍ଦ୍ରୀୟ ଭାରତର ଲିଡିଂ ରିଟେଲ ଚେନ୍ ଅଫ୍ ଦି ଇୟର ଆୱାର୍ଡ ପ୍ରଦାନ କରାଯାଇଛି। ଉକ୍ତ ପୁରସ୍କାର ହାସଲ ପରିପ୍ରେକ୍ଷୀରେ ଆନନ୍ଦ ଜୁଏଲର୍ସର ନିର୍ଦ୍ଦେଶକ ଗୌରବ ଆନନ୍ଦ କୁହନ୍ତି, ଆମର ଏହି ସଫଳତାର ସବୁଠୁ ଅଧିକ ଶ୍ରେୟ ଗ୍ରାହକଙ୍କର ଯେଉଁମାନେ ଆମ ଉପରେ ଦୀର୍ଘଦିନ ହେଲା ଆସ୍ଥା ସ୍ଥାପନ କରି ଆସିଛନ୍ତି। ଆନନ୍ଦ ଜୁଏଲର୍ସ ଏହାର ଇନ୍ଦୋର, ଭୋପାଳ ଏବଂ ରାୟପୁର ସୋ’ରୁମ୍ରେ ଉନ୍ନତମାନର ଗହଣା ପ୍ରଦାନ କରି ଗ୍ରାହକଙ୍କ ପସନ୍ଦର ସୋ’ରୁମ୍ ପାଲଟିଛି ବୋଲି ସେ କହିଛନ୍ତି।
ଆନନ୍ଦ ଜୁଏଲର୍ସକୁ ଲିଡିଂ ରିଟେଲ ଚେନ୍ ଅଫ୍ ଦି ଇୟର ଆୱାର୍ଡ
Advertisment
Follow Us