vantara: ‘ବନତାରା’କୁ ଜାତିସଂଘ ସଂସ୍ଥାର ଆଇନଗତ ସ୍ବୀକୃତି

ଜାତିସଂଘ ସହ ଜଡ଼ିତ ସଂସ୍ଥା ସାଇଟ୍‌ସ ସେକ୍ରେଟାରିଏଟ୍‌ ପକ୍ଷରୁ ବନତାରାକୁ ଏକ ଆଇନଗତ ସଂରକ୍ଷଣ ଉତ୍କର୍ଷର ବିଶ୍ବସ୍ତରୀୟ ହବ୍ ଭାବେ ଅଭିହିତ କରାଯାଇଛି। ଏହି ସଂସ୍ଥା ଚଳିତ ବର୍ଷ ‌ସେପ୍ଟେମ୍ବରରେ ବନତାରାକୁ ଦୁଇଦିନିଆ ମିସନରେ ଆସିଥିଲା।

vantara

Photograph: (The Hindu)

ଜାମନଗର: ଜାତିସଂଘ ସହ ଜଡ଼ିତ ସଂସ୍ଥା ସାଇଟ୍‌ସ ସେକ୍ରେଟାରିଏଟ୍‌ ପକ୍ଷରୁ ବନତାରାକୁ ଏକ ଆଇନଗତ ସଂରକ୍ଷଣ ଉତ୍କର୍ଷର ବିଶ୍ବସ୍ତରୀୟ ହବ୍ ଭାବେ ଅଭିହିତ କରାଯାଇଛି। ଏହି ସଂସ୍ଥା ଚଳିତ ବର୍ଷ ‌ସେପ୍ଟେମ୍ବରରେ ବନତାରାକୁ ଦୁଇଦିନିଆ ମିସନରେ ଆସିଥିଲା। ସେମାନେ ବନତାରାର ଖୁଆଡ଼, ଚିକିତ୍ସା ବ୍ୟବସ୍ଥା, ଦସ୍ତାବିଜ, ଉଦ୍ଧାର କାର୍ଯ୍ୟଶୈଳୀ ଓ କଲ୍ୟାଣମୂଳକ ପ୍ରୋଟୋକଲ୍‌ର ସମ୍ପୂର୍ଣ୍ଣ ଯାଞ୍ଚ କରିଥିଲେ। ଉଜ୍‌ବେକିସ୍ତାନର ସମରକାଣ୍ଡରେ ଅନୁଷ୍ଠିତ ସାଇଟ୍‌ସର ୨୦ତମ ବୈଠକରେ ଏହାର ଷ୍ଟାଣ୍ଡିଂ କମିଟି ଓ ସଂଖ୍ୟା ଗରିଷ୍ଠ ସଦସ୍ୟ ଦେଶ ସହମତ ହୋଇଥିଲେ ଯେ ପଶୁ ଆମଦାନୀକୁ ନେଇ ଭାରତ ବିରୋଧରେ ପଦକ୍ଷେପ ଗ୍ରହଣ କରିବାର କୌଣସି ଆଧାର କିମ୍ବା ପ୍ରମାଣ ନାହିଁ।

Arrest: ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ, ଦୁଇ ଗିରଫ

Odisha Assembly: ନବୀନ ଯେ ତାଙ୍କଠୁ ବୟସରେ ବଡ଼… ରାଷ୍ଟ୍ରପତି ହୋଇ ବି ମୁଣ୍ଡ ନୁଆଁଇ କଲେ ନମସ୍କାର, ଇତିହାସ ମନେରଖିବ ମହାମହିମଙ୍କ ମହନୀୟତା

ଷ୍ଟାଣ୍ଡିଂ କମିଟି ଏହାର ରିପୋର୍ଟରେ ଦର୍ଶାଇଛି ଯେ ବନତାରାରେ ପଶୁ କଲ୍ୟାଣ ଓ ସଂରକ୍ଷଣ ଉପରେ କାମ ହେଉଛି। ସେଠାରେ ବାଣିଜ୍ୟିକ ଭାବେ କୌଣସି ପଶୁ କାରବାର ହେଉନାହିଁ। ବନତାରାକୁ ଏହା ଆଧୁନିକ ଭିତ୍ତିଭୂମି, ଉତ୍ତମ ପଶୁ ଚିକିତ୍ସା ସୁବିଧା ଓ ଦୃଢ଼ ଉଦ୍ଧାର ଓ ଥଇଥାନ ବ୍ୟବସ୍ଥା ଥିବା ଏକ ବିଶ୍ବସ୍ତରୀୟ, କଲ୍ୟାଣମୂଳକ ଅନୁଷ୍ଠାନ ଭାବେ ସ୍ବୀକୃତି ପ୍ରଦାନ କରାଯାଇଛି। ବନତାରା ପ୍ରଥମ ଦିନରୁ ସାଇଟ୍‌ସ ଫ୍ରେମ୍‌ୱର୍କ ପାଳନ କରୁଥିବା ଏହା କହିଛି। କିଛି ଦିନ ପୂ‌ର୍ବେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତି ସ୍ବତନ୍ତ୍ର ତଦନ୍ତ ଦଳ (ଏସ୍‌ଆଇଟି) ମଧ୍ୟ ବନତାରା ବିରୋଧରେ ହୋଇଥିବା ସବୁ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe