ନୂଆଦିଲ୍ଲୀ,: ଦକ୍ଷିଣ କୋରିଆର ଇଲେକ୍ଟ୍ରୋନିକ୍ସ କମ୍ପାନି ଏଲ୍ଜି ୫ଟି କ୍ୟାମେରା ଲାଗିଥିବା ଏକ ନୂଆ ସ୍ମାର୍ଟଫୋନ୍ ବଜାରକୁ ଆଣିଛି। ଏହି ସ୍ମାର୍ଟଫୋନ୍ର ନାମ ଭି୪୦ ଥିନ୍କ୍ୟୁ ରହିଛି। ସ୍ମାର୍ଟଫୋନର ପଛପାର୍ଶ୍ବରେ ୩ଟି ଏବଂ ସାମ୍ନା ଭାଗରେ ଦୁଇଟି କ୍ୟାମେରା ରହିଛି। ଏଲ୍ଜିର ଏହା ପ୍ରଥମ ସ୍ମାର୍ଟଫୋନ୍ ଯାହାର ପଛପାର୍ଶ୍ବରେ ୩ଟି କ୍ୟାମେରା ଲାଗିଛି। ଅବଶ୍ୟ ଏହି ସ୍ମାର୍ଟଫୋନ ଏବେ ଭାରତରେ ଉନ୍ମୋଚନ ହୋଇନାହିଁ କିମ୍ବା କେବେ ହେବ ସେ ନେଇ କିଛି ସୂଚନା ଦିଆଯାଇ ନାହିଁ। ନୂଆ ସ୍ମାର୍ଟଫୋନରେ କ୍ବାଲକମ ସ୍ନାପଡ୍ରାଗନ ୮୪୫ ପ୍ରୋସେସର ସହିତ ୬ ଜିବି ରାମ୍ ରହିଛି। ଏଥିସହିତ ୬୪ ଜିବିର ଇନବିଲ୍ଟ ଷ୍ଟୋରେଜ ସୁବିଧା ମଧ୍ୟ ରହିଛି। ତେବେ ମାଇକ୍ରୋ ଏସଡି କାର୍ଡ ମାଧ୍ୟମରେ ଏହାର ଷ୍ଟୋରେଜକୁ ୨ ଟେରାବାଇଟ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଉକ୍ତ ସ୍ମାର୍ଟଫୋନରେ ୬.୪ ଇଞ୍ଚ୍ର କ୍ୟୁଏଚ୍ଡି ପ୍ଲସ୍ ଓଏଲ୍ଇଡି ଡିସ୍ପ୍ଲେ ରହିଛି। ପଛପଟେ କମ୍ପାନି ଫିଙ୍ଗରପ୍ରିଣ୍ଟ ସେନ୍ସର୍୍ ଦେଇଛି। ଉକ୍ତ ସ୍ମାର୍ଟଫୋନର ମୂଲ୍ୟ ୯୦୦ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୬୬,୩୦୦ ଟଙ୍କା) ରହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us