ଏଲ୍‌ଜିର ୧ ନିୟୁତରୁ ଅଧିକ ଡୁଆଲ୍ ଇନଭର୍ଟର ଏସି ବିକ୍ରି

Advertisment
ଏଲ୍‌ଜିର ୧ ନିୟୁତରୁ ଅଧିକ ଡୁଆଲ୍ ଇନଭର୍ଟର ଏସି ବିକ୍ରି

NewsDrum

ନୂଆଦିଲ୍ଲୀ: ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ଚଳିତ ବର୍ଷର ଜାନୁଆରିରୁ ଜୁନ୍ ମଧ୍ୟରେ ଏକ ନିୟୁତରୁ ଅଧିକ ଡୁଆଲ୍‌ ଇନଭର୍ଟର ଏସି ବିକ୍ରି କରିଛି। ଭାରତରେ ପ୍ରଥମ ବ୍ରାଣ୍ଡ୍‌ ଭାବେ କଂପାନି ଏଭଳି ସଫଳତା ହାସଲ କରିଛି। ବଜାର ଅଂଶ ଦୃଷ୍ଟିରୁ ଏହା ଏକ ନମ୍ବର ସ୍ଥାନରେ ରହିଛି। ୨୦୧୬ରେ କଂପାନି ଇନଭର୍ଟର ଏସିକୁ ୧୦୦% ରୂପାନ୍ତରିତ ହେବାକୁ ନିଷ୍ପତ୍ତି ନେଇଥିଲା। ଏହା ପଛର ମୂଳ ଉଦ୍ଦେଶ୍ୟ ଥିବା ଭବିଷ୍ୟତକୁ ସୁହାଇବା ଭଳି ପ୍ରଯୁକ୍ତି ଉପସ୍ଥାପନ କରିବା ଓ ବିଦ୍ୟୁତ ସଞ୍ଚୟକୁ ନିଶ୍ଚିତ କରିବା। ସେତେବେଳେ ଭାରତର ଏସି ବଜାରରେ ଡୁଆଲ ଏସିର ଭାଗ ମାତ୍ର ୧୨ ପ୍ରତିଶତ ଥିବା ବେଳେ ଅନ୍ୟ ବିକଶିତ ଦେଶଗୁଡ଼ିକରେ ସେହି ହାର ୫୦ ପ୍ରତିଶତରୁ ଅଧିକ ଥିଲା। ତେଣୁ ଏଲ୍‌ଜି ବ୍ୟାପକ ଗବେଷଣା ପରେ ଡୁଆଲ୍ ଇନଭର୍ଟର ଏସିର ବଜାର ପ୍ରବେଶ କରିଥିଲା। ଏହି ସଫଳତା ସମ୍ପର୍କରେ କଂପାନିର ଉପସଭାପତି (ହୋମ୍ ଆପ୍ଲାଏନ୍‌ସେସ୍‌ ଆଣ୍ଡ୍‌ ଏସି) ଦୀପକ ବଂଶଲ କହିଛନ୍ତି ଯେ ଏସି କ୍ଷେତ୍ରରେ ଆମେ ଅଧିକ ଶକ୍ତି ମିତବ୍ୟୟୀ ଓ ଉନ୍ନତ ଶୀତଳତା ସମାଧାନ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛୁ।

ଗ୍ରାହକମାନଙ୍କ ଆବଶ୍ୟକତାକୁ ଆମେ ଭଲ ଭାବେ ବୁଝିବାକୁ ଚେଷ୍ଟା କରୁ। ସେହି ଆଧାରରେ ଆମେ ଏଆଇ କନଭର୍ଟିବଲ୍ ୬-ଇନ୍-୧ କୁଲିଂ ସୁବିଧା ଥିବା ଏସି ବିକ୍ରି କରିଥିଲୁ। ସୁବିଧା ଚାହୁଥିବା ଗ୍ରାହକମାନଙ୍କ ଲାଗି ଏଲ୍‌ଜି ଥିନ୍‌କ୍ୟୁ ଓ ସ୍ବାସ୍ଥ୍ୟ ସଚେତନ ଗ୍ରାହକଙ୍କ ପାଇଁ ୟୁଭି ନାନୋ ସୁବିଧା ଉପସ୍ଥାପନ କରିଛି। ତାହାକୁ ଗ୍ରାହକମାନେ ବେଶ ପସନ୍ଦ କରିଛନ୍ତି। ଏକ ନିୟୁତରୁ ଅଧିକ ଏସି ବିକ୍ରି ହେବା ତାହାର ବଡ଼ ପ୍ରମାଣ ବୋଲି ସେ କହିଛନ୍ତି। କଂପାନିର ବ୍ୟବସାୟ ମୁଖ୍ୟ (ରୁମ୍ ଏସି) କୁଲଭୂଷଣ ଭରଦ୍ବାଜ କହିଛନ୍ତି ଯେ ଏକ ନିୟୁତରୁ ଅଧିକ ଏସି ବିକ୍ରି କରିଥିବାରୁ ଭାରତୀୟ ବଜାରରେ ଆମେ ଆମର ଉପସ୍ଥିତିକୁ ଆହୁରି ଦୃଢ଼ କରିବାକୁ ନିଶ୍ଚିତ ରହିଛୁ। ଏହି ବଜାରରେ ନେତୃତ୍ବକୁ ସୁଦୃଢ଼ କରିବାକୁ ଆମେ ଉଦ୍ୟମ ଜାରି ରଖିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe