ମେ ୭ରେ ନୂଆ ମଡେଲ ଫୋନ୍ 'ଭେଲଭେଟ୍' ଲଞ୍ଚ କରିବ ଏଲଜି, କମ୍ପାନିର ୟୁଟ୍ୟୁବ୍ ଏବଂ ଫେସବୁକ୍ ପୃଷ୍ଠାରେ ପ୍ରସାରଣ ହେବ ଲଞ୍ଚ ଇଭେଣ୍ଟ

Advertisment
ମେ ୭ରେ ନୂଆ ମଡେଲ ଫୋନ୍ 'ଭେଲଭେଟ୍' ଲଞ୍ଚ କରିବ ଏଲଜି, କମ୍ପାନିର ୟୁଟ୍ୟୁବ୍ ଏବଂ ଫେସବୁକ୍ ପୃଷ୍ଠାରେ ପ୍ରସାରଣ ହେବ ଲଞ୍ଚ ଇଭେଣ୍ଟ

Notebookcheck

ନୂଆଦିଲ୍ଲୀ: ଖୁବ ଶୀଘ୍ର ଏଜିର ନୂଆ ମଡେଲ ଫୋନ୍ 'ଭେଲଭେଟ୍' ମେ ୭ରେ ଲଞ୍ଚ ହେବାକୁ ଯାଉଛି | କମ୍ପାନି ଏହାର କୋରିଆନ୍ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଟିଜର ଭିଡିଓ କ୍ଲିପ୍ ପୋଷ୍ଟ କରିଛି | ଏଲଜି ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଏହାର ପରବର୍ତ୍ତୀ ଫ୍ଲାଗସିପ୍ ସ୍ମାର୍ଟଫୋନ୍, ଏଲଜି ଭେଲଭେଟର ଉନ୍ମୋଚନ ଇଭେଣ୍ଟ ପାଇଁ ଏକ ଭିଡିଓ ନିମନ୍ତ୍ରଣ ପୋଷ୍ଟ କରାଯାଇଛି | ଏହାର ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ ହୋଇଥିବା ୧୫ସେକେଣ୍ଡର ଭିଡିଓ କ୍ଲିପରେ ପ୍ରଥମେ ଲାଇଟ ଜଳିଉଠିବା ସହ ବିଭିନ୍ନ ରଙ୍ଗର ପାଣି ତଳେ ପଡୁଥିବାର ଦେଖା ଯାଉଛି | ଏହା ଏଲଜି ଭେଲଭେଟର ପଛ କ୍ୟାମେରାର ରେଣ୍ଡ୍ରୋପ୍ ଡିଜାଇନ୍ ଏବଂ ଫୋନଗୁଡିକ ଉପଲବ୍ଧ ହେବାକୁ ଥିବା ରଙ୍ଗକୁ ଦେଖାଇବା ପାଇଁ କରାଯାଇଛି | 

LG Velvet smartphone to get online reveal on May 7 | ZDNet ZDNet

ଏହି ନୂଆ ଭିଡ଼ିଓ କ୍ଲିପ ମେ ୭ରେ ଏଲଜି ଭେଲଭେଟ ଉନ୍ମୋଚନ ହେବ ବୋଲି ତାରିଖ ଜଣାଇବା ସହ ଏହାର ଅଫିସିଆଲ୍ ୟୁଟ୍ୟୁବ୍ ଏବଂ ଫେସବୁକ୍ ପୃଷ୍ଠାଗୁଡ଼ିକର ଠିକଣା ସହିତ ସମାପ୍ତ ହେଉଥିବା ଦେଖିବାକୁ ମିଳିଛି | ଉନ୍ମୋଚନ ଇଭେଣ୍ଟ ଏକ “ଫ୍ୟାଶନ୍ ସୋ” ଆକାରରେ ଅନୁଷ୍ଠିତ ହେବ ବୋଲି କମ୍ପାନି କହିଛି। ଦକ୍ଷିଣ କୋରିଆର ଏହି କମ୍ପାନି ଆହୁରି ମଧ୍ୟ କହିଛନ୍ତି ଯେ, ଉନ୍ମୋଚନ ଇଭେଣ୍ଟ ପୂର୍ବରୁ ସୁଟିଂ ହେବ ଏବଂ ମେ ୭ତାରିଖ ସକାଳ ୧୦ଟା ସମୟରେ ୟୁଟ୍ୟୁବ୍ ଏବଂ ଫେସବୁକ୍ ପୃଷ୍ଠାରେ ଅନଲାଇନରେ ପୋଷ୍ଟ କରାଯିବ। କୋଭିଡ-୧୯ ପାଇଁ ସାମାଜିକ ଦୂରତା ପଦକ୍ଷେପକୁ ମାନି ଏଲଜି ଉନ୍ମୋଚନ ଇଭେଣ୍ଟର ଭିଡ଼ିଓକୁ ଅନଲାଇନରେ ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି | ଏହି ଫୋନ୍ ମେ ମାସ ମଧ୍ୟଭାଗରେ ଦକ୍ଷିଣ କୋରିଆରେ ବିକ୍ରି ହେବ ବୋଲି ଜଣା ପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe