ଏହି ସ୍କୁଟରକୁ ଥରେ ଚାର୍ଜ କଲେ ୧୩୦କିଲୋମିଟର ଯାଇ ପାରିବେ

ଏହି ସ୍କୁଟରକୁ ଥରେ ଚାର୍ଜ କଲେ ୧୩୦କିଲୋମିଟର ଯାଇ ପାରିବେ

ନୂଆଦିଲ୍ଲୀ: ଭାରତ ବଜାରରେ ଇଲୋକ୍ଟ୍ରିକ ଗାଡ଼ିର ଚାହିଦା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ନିକଟରେ ଅନେକ ଗାଡ଼ି ନିର୍ମାତା  ଦେଶରେ ନିଜ ଇଲୋକ୍ଟ୍ରିକ ଗାଡ଼ିକୁ ଲଞ୍ଚ୍‌ କରିଛନ୍ତି। ଏହି କ୍ରମରେ ଲାୟନ୍ସ ଇଲୋକ୍ଟ୍ରିକ ସଲ୍ୟୁସନ୍ ଦେଶରେ ନୂଆ ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ କରିଛି।

ଏହି ସ୍କୁଟର ଦେଖିବାକୁ ଖବୁ ଆକର୍ଷଣୀୟ ହୋଇଛି। ଏହାର ଇଞ୍ଜିନ୍‌ କ୍ଷମତା ବି ଦମଦାର ରହିଛି। ଲାୟନ୍ସ ଇଲୋକ୍ଟ୍ରିକ ସଲ୍ୟୁସନ୍ ସ୍କୁଟର ମୂଲ୍ୟ ୬୫,୦୦୦ ଟଙ୍କାରୁ ନେଇ ୯୯,୯୯୯ଟଙ୍କା ପର୍ଯ୍ୟନ୍ତ ରହିଛି। କମ୍ପାନି ଏହି ସ୍କୁଟରର ଡେଲିଭରି ଆଗାମୀ ଜୁଲାଇରୁ ଆରମ୍ଭ କରିବାର ଯୋଜନା ରଖିଛି। କମ୍ପାନି ଏହି ସ୍କୁଟରରେ ଟିୟୁବ୍‌ଲେସ୍‌ ଟାୟାର ଓ ୧୨ଲଞ୍ଚ୍‌ର ଆଲଏ ହୁଇଲ୍‌ ଖଞ୍ଜିଛି। ଏହି ନୂଆ ସ୍କୁଟରରେ ଜିପିଏସ୍‌ ଟେକ୍‌ନିକ୍‌ ସହିତ ୟୁଏସ୍‌ବି ମୋବାଇଲ ଚାର୍ଜିଂ ପଏଣ୍ଟ ବି ଦିଆଯାଇଛି।

publive-image

କମ୍ପାନିର ଦାବି ଅନୁସାରେ, ଏହି ସ୍କୁଟରକୁ ଥରେ ଚାର୍ଜ କଲେ ୧୩୦କିମି ଯାତ୍ରା କରିବ। ଏତଦ୍‌ ବ୍ୟତୀତ ଏହି ସ୍କୁଟରର ଅତିବେଶୀ ବେଗ ଘଣ୍ଟା ପ୍ରତି ୪୫କିମି ରହିଛି। ଏଥିରେ କମ୍ପାନି ଫାଷ୍ଟ ଚାର୍ଜିଂ ସିଷ୍ଟମର ବି ପ୍ରୟୋଗ କରିଛି। ଫଳରେ ଏହା ଖୁବଶୀଘ୍ର ଚାର୍ଜ ବି ହୋଇପାରିବ। ସ୍କୁଟରଟି ସମ୍ପୂର୍ଣ୍ଣ ଚାର୍ଜ ପାଇଁ ତିନିଘଣ୍ଟାର ସମୟ ନେଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe