ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବୀମା କମ୍ପାନି ଏଲଆଇସିର ୱେବସାଇଟ୍ ହିନ୍ଦୀରେ ଆସିବା କାରଣରୁ ତାମିଲନାଡ଼ୁର ନେତାମାନେ ଏହାକୁ ଜୋରଦାର ବିରୋଧ କରିଛନ୍ତି। ଏହା ସେମାନଙ୍କ ଉପରେ ଭାଷାଗତ ଅତ୍ୟାଚାର। ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ପାଇଁ ସେମାନେ ଦାବି କରିଛନ୍ତି। ତେବେ ଏହି ବିବାଦ ଉପୁଜିବା ପରେ ଏଲଆଇସି ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ସେଥିରେ କୁହାଯାଇଛି ଆମର ୱେବସାଇଟ୍ ଭାଷା ପୃଷ୍ଠା ବୈଷୟିକ ତ୍ରୁଟି ପାଇଁ ବଦଳୁ ନଥିଲା। ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହୋଇଛି।
ୱେବସାଇଟ୍ ବର୍ତ୍ତମାନ ଉଭୟ ଇଂରାଜୀ ଓ ହିନ୍ଦୀରେ ଉପଲବ୍ଧ ହେଉଛି ବୋଲି କୁହାଯାଇଛି।ୱେବସାଇଟ୍ ହିନ୍ଦୀରେ ରହିଥିବା ଖବର ପ୍ରସାରିତ ହେବା ପରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ କହିଥିଲେ ଯେ ହିନ୍ଦୀ ଲଦିଦେବା ପାଇଁ ଏଲଆଇସିର ଏହା ପ୍ରଚାର କୌଶଳ। ଏପରିକି ଇଂରାଜୀ ଚୟନର ବିକଳ୍ପ ମଧ୍ୟ ହିନ୍ଦୀରେ ଡିସପ୍ଲେ ହେଉଛି। ଏହି ଭାଷାଗତ ଅତ୍ୟାଚାରକୁ ତୁରନ୍ତ ହଟାଇବା ପାଇଁ ସେ ଦାବି କରିଥିଲେ। ସେହିଭଳି ପିକେଏମ୍ ପ୍ରତିଷ୍ଠାତା ଡ ଏସ୍ ରାମାଦୋସ କହିଛନ୍ତି ଯେ କେନ୍ଦ୍ର ସରକାର ହୁଅନ୍ତୁ ଅବା ଏଲ୍ଆଇସି ଜାଣି ରଖିବା ଉଚିତ ଯେ ସେମାନେ କେବଳ ହିନ୍ଦୀ କହୁଥିବା ଲୋକଙ୍କର ନୁହେଁ ସେମାନେ ସମସ୍ତଙ୍କର।
Follow Us