ଫର୍ଚୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ଏଲ୍‌ଆଇସି

ଫର୍ଚୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ଏଲ୍‌ଆଇସି

Wikipedia

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ମୂଲ୍ୟବାନ ୫୦୦ କଂପାନିର ଯେଉଁ ତାଲିକା ଫର୍ଚୁନ ପକ୍ଷରୁ ଜାରି କରାଯାଇଛି ‌ସେଥିରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ସ୍ଥାନ ପାଇଛି। ଏଲ୍‌ଆଇସି ୯୮ତମ ସ୍ଥାନରେ ରହିଛି। ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ୫୧ତମରେ ପହଞ୍ଚିଛି। ପୂର୍ବରୁ ତାହା ୧୦୪ତମ ସ୍ଥାନରେ ଥିଲା। ଏହି ତାଲିକାର ଶୀର୍ଷ ସ୍ଥାନରେ ଆମେରିକାର ୱାଲ୍‌ମା‌ର୍ଟ ଥିବା ବେଳେ ମୋଟ ୯ଟି ଭାରତୀୟ କଂପାନିକୁ ଏଥିରେ ସ୍ଥାନ ମିଳିଛି। ସେଥିରୁ ପାଞ୍ଚଟି ସରକାରୀ କଂପାନି ହୋଇଥିବା ବେଳେ ଚାରିଟି ହେଉଛି ଘରୋଇ କଂପାନି। ଇଣ୍ଡିଆନ ଅଏଲ୍‌ ୧୪୨ତମ ସ୍ଥାନରୁ ଉନ୍ନୀତ ହୋଇ ୨୮ତମ ସ୍ଥାନରେ ପହଞ୍ଚିଥିବାବେଳେ ଓଏନ୍‌ଜିସି ୧୬ତମ ସ୍ଥାନରେ ପହଞ୍ଚିଛି। ପୂର୍ବ ତାଲିକାରେ ଓଏନ୍‌ଜିସି ୧୯୦ତମ ସ୍ଥାନରେ ଥିଲା। ଏହି ତାଲିକାରେ ଷ୍ଟେଟ୍‌ ବ୍ୟାଙ୍କ ୧୭, ଭାରତ ପେଟ୍ରୋଲିୟମ୍ ୧୯, ଟାଟା ମୋଟର୍ସ ୩୭୦, ଟାଟା ଷ୍ଟିଲ୍ ୪୩୫ ଓ ରାଜେଶ ଏକ୍ସପୋର୍ଟସ୍‌ ୪୩୭ତମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe