ବ୍ୟାଙ୍କ୍‌ ପୁନର୍ପୁଞ୍ଜିକରଣରେ ଭାଗ ନେଇପାରେ ଭାରତୀୟ ଜୀବନ ବୀମା ନିଗମ

Advertisment
ବ୍ୟାଙ୍କ୍‌ ପୁନର୍ପୁଞ୍ଜିକରଣରେ ଭାଗ ନେଇପାରେ ଭାରତୀୟ ଜୀବନ ବୀମା ନିଗମ

Image Courtesy of Deccan Chronicle

ନୂଆଦିଲ୍ଲୀ: ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ଗୁଡ଼ିକରେ ୨. ୧୧ କୋଟି ଟଙ୍କାର ପୁନର୍ପୁଞ୍ଜିକରଣ କାର୍ଯ୍ୟକ୍ରମକୁ ରାଷ୍ଟ୍ରାୟତ ଜୀବନ ବିମା ନିଗମକୁ ଅଣାଯାଇ ପାରେ।

ଏହି କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ପୁଞ୍ଜି ବଜାରରୁ ୫୮, ୦୦୦ କୋଟି ଟଙ୍କା ଯୋଗାଡ଼ କରିବାକୁ ଆବଶ୍ୟକ କରୁଥିବା କେତେକ ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ ନିମନ୍ତେ ଜୀବନ ବିମା ନିଗମ ନିଜର ଗଚ୍ଛିତ ଅର୍ଥର ପରିମାଣ ବଢ଼ାଇ ପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିଭିନ୍ନ ପିଏସ୍‌ଏଚ୍‌ରେ ସରକାର ନିଜର ସେୟାର୍‌ ଟ୍ରାନ୍‌ସଫର୍‌ କରୁଥିବା ନନ୍‌ ଅପରେଟିଙ୍ଗ୍‌ ହୋଲ୍‌ଡିଙ୍ଗ୍‌ କମ୍ପାନି ଷ୍ଟ୍ରକ୍‌ଚର୍‌ରେ ଜୀବନ ବୀମା ଅଂଶ ଗ୍ରହଣ କରିପାରେ।
ତା’ପରେ ଯାଇ ‘ଏନ୍‌ଓଏଚ୍‌ସି’ ୧. ୩୫ ଲକ୍ଷ କୋଟି ମୂଲ୍ୟର ପୁନର୍ପୁଞ୍ଜିକରଣ ବଣ୍ଡ୍‌ ଜାରି କରି ପାରିବ।

ସେ ଯାହାହେଉ ସରକାର କହିଛନ୍ତି ଯେ ବଣ୍ଡ୍‌ର ପ୍ରକାର ଏବଂ ତାକୁ କିଏ ଜାରି କରିବ ସମୟ କ୍ରମେ ତାହା ସ୍ଥିର କରାଯିବ।
ପୁନର୍ପୁଞ୍ଜିକରଣ ବଣ୍ଡ୍‌ ସକାଶ କେତେଗୁଡ଼ିଏ ବିକଳ୍ପ ଥିବା କଥା ଗତ ସପ୍ତାହରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଥିଲେ। ସେଗୁଡ଼ିକ ଯାଞ୍ଚ କରାଯାଉଛି ଏବଂ ସେ ସବୁ ମଧ୍ୟରୁ ସର୍ବୋତ୍ତମଗୁଡ଼ିକୁ ଉନ୍ମୁକ୍ତ କରାଯିବ।

ଅତୀତରେ ଜୀବନ ବୀମା ପ୍ରିଫରେନ୍‌ସ୍‌ ସେୟାର୍‌ ଆଲଟମେଣ୍ଟ୍‌ ଏବଂ କ୍ୱାଲିଫାଏଡ୍‌ ଇନ୍‌ଷ୍ଟିଚ୍ୟୁଟ୍‌ନାଲ୍‌ ପ୍ଲେସ୍‌ମେଣ୍ଟ୍‌ ଜରିଆରେ ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ମାନଙ୍କୁ ପୁଞ୍ଜି ଯୋଗାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe