ଭୁବନେଶ୍ବର: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ତରଫରୁ ‘ମାଇକ୍ରୋ ବଚତ୍’ ନାମକ ନୂଆ ମାଇକ୍ରୋ ବୀମା ଯୋଜନା ଘୋଷଣା କରାଯାଇଛି। ଏହା ହେଉଛି ଏକ ନିୟମିତ ପ୍ରିମିୟମ୍ ଏବଂ ନନ୍ ଲିଙ୍କଡ୍ ପାର୍ଟିସିପେଟିଂ ଏଣ୍ଡାଓମେଣ୍ଟ୍ ପ୍ଲାନ୍ ଯାହା ସୁରକ୍ଷା ସହିତ ସଞ୍ଚୟ ସୁବିଧା ପ୍ରଦାନ କରୁଛି। ଏଲ୍ଆଇସି ପକ୍ଷରୁ କୁହାଯାଇଛି ଯେ ଏହି ଯୋଜନା ଅଧୀନରେ କଂପାନି ତରଫରୁ ପ୍ରଥମ ଥର ପାଇଁ ମାଇକ୍ରୋ ବୀମା ଯୋଜନା ଅଧୀନରେ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ପ୍ରଦାନ କରାଯାଉଛି। ଆକସ୍ମିକ ମୃତ୍ୟୁରେ ଏହା ବୀମା ରାଶି ପ୍ରଦାନକୁ ନିଶ୍ଚିତ କରୁଥିବା ବେଳେ ଲୟାଲ୍ଟି ସୁବିଧା ମଧ୍ୟ ଦେବ। ପଲିସି ପାଞ୍ଚ ବର୍ଷରୁ ଅଧିକ ବର୍ଷ ଚାଲୁ ରହିଥିଲେ ସେହି ସୁବିଧା ମିଳିବ। ମେଡିକାଲ୍ ପରୀକ୍ଷା ବିନା ୧୮ରୁ ୫୫ ବର୍ଷ ବୟସ ଲୋକମାନେ ଏହି ପଲିସି କିଣିପାରିବେ। ପଲିସି ଅବଧି ହେଉଛି ୧୦-୧୫ ବର୍ଷ।
ଏଲ୍ଆଇସିର ନୂଆ ‘ମାଇକ୍ରୋ ବଚତ୍’ ପ୍ଲାନ୍
Advertisment
Follow Us