ଏଲଆଇସି ପକ୍ଷରୁ ପ୍ରକାଶ ପାଇଲା ନିଯୁକ୍ତି ବିଜ୍ଞପ୍ତି, ଆଶାୟୀପ୍ରାର୍ଥୀ ଏପରି କରନ୍ତୁ ଆବେଦନ

Advertisment
ଏଲଆଇସି ପକ୍ଷରୁ ପ୍ରକାଶ ପାଇଲା ନିଯୁକ୍ତି ବିଜ୍ଞପ୍ତି, ଆଶାୟୀପ୍ରାର୍ଥୀ ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଲାଇଫ ଇନସ୍ୟୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ ପକ୍ଷରୁ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏଥିରେ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ ପଦରେ ଆବେଦନ କରିବା ପାଇଁ ଆମନ୍ତ୍ରିତ କରାଯାଇଛି । ଆବେଦନ କରିବା ପାଇଁ ଚାହୁଁଥିବା ଆଶାୟୀପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟରେ ଯାଇ ଆବେଦନ କରିପାରିବେ । ଏହା ସହ ପଦଗୁଡିକୁ ଜାତି ଆଧାରରେ ମଧ୍ୟ ସଂରକ୍ଷିତ କରାଯାଇଛି ।

ପଦର ବିବରଣୀ :
ଭର୍ତ୍ତି ପ୍ରକ୍ରିୟାରେ ୭୦୦ ଜଣ ଆଶାୟୀଙ୍କୁ ଚୟନ କରାଯିବ । ପେ-ସ୍କେଲକୁ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ । ଏହି ୭୦୦ ପଦ ମଧ୍ୟରେ ସାଧାରଣ ବର୍ଗରେ ୨୪୯ଟି ପଦ, ଓବିସି ବର୍ଗରେ୧୯୨ଟି ପଦ, ଏସସି ବର୍ଗରେ ୧୦୪ଟି ଏବଂ ଏସଟି ବର୍ଗ ପାଇଁ ୫୪ଟି ପଦ ସଂରକ୍ଷିତ ରହିଛି ।

publive-image

ଯୋଗ୍ୟତା :

ଏହି ପଦ ପାଇଁ ଗ୍ରାଜୁଏସନ ଶେଷ କରିଥିବା ଆଶାୟୀମାନେ ଆବେଦନ କରିପାରିବେ ।

ବୟସସୀମା :

ଏହି ପଦରେ ଆବେଦନ କରିବା ପାଇଁ ଆଶାୟୀମାନଙ୍କର ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ କିନ୍ତୁ ସରକାରଙ୍କ ନିୟମ ଅନୁଯାୟୀ ଆରକ୍ଷିତ ବର୍ଗର ଆଶାୟୀପ୍ରାର୍ଥୀମାନଙ୍କୁ ବସୟ ସୀମାରେ କୌଣସି ରୋକ ଲାଗିବ ନାହିଁ ।

ଆବେଦନ ଶୁଳ୍କ :

ଆବେଦନ କରିବା ପାଇଁ ସାଧାରଣ ଏବଂ ଓବିସି ବର୍ଗର ଆଶାୟୀମାନଙ୍କ ପାଇଁ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ଏସସି-ଏସଟି ବର୍ଗର ଆଶାୟୀମାନଙ୍କୁ ୧୦୦ ଟଙ୍କା ଶୁଳ୍କ ଦେବା ପାଇଁ ପଡିବ ।

ଆବେଦନର ଅନ୍ତିମ ତାରିଖ : ୨୦୧୮ ଅଗଷ୍ଟ ୧୫

ଚୟନପ୍ରକ୍ରିୟା : ଆଶାୟୀମାନର ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ପ୍ରଦର୍ଶନ ଆଧାରରେ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe