Advertisment

ୱାସିଂଟନ ପୋଷ୍ଟ ଖବରକୁ ଏଲ୍‌ଆଇସିର ଖଣ୍ଡନ

Advertisment

ଆଦାନୀ ଗ୍ରୁପ୍‌ରେ ନିବେଶ କରିବା ପାଇଁ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଉପରେ ସରକାରୀ ଚାପ ପଡ଼ିଥିଲା। ଆମେରିକାର ୱାସିଂଟନ ପୋଷ୍ଟ୍‌ରେ ଏ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏଲ୍‌ଆଇସି ଏହାକୁ ଖଣ୍ଡନ କରିଛି।

ଆଦାନୀ ଗ୍ରୁପ୍‌ରେ ନିବେଶ କରିବା ପାଇଁ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଉପରେ ସରକାରୀ ଚାପ ପଡ଼ିଥିଲା। ଆମେରିକାର ୱାସିଂଟନ ପୋଷ୍ଟ୍‌ରେ ଏ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏଲ୍‌ଆଇସି ଏହାକୁ ଖଣ୍ଡନ କରିଛି।

lic

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌ରେ ନିବେଶ କରିବା ପାଇଁ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଉପରେ ସରକାରୀ ଚାପ ପଡ଼ିଥିଲା। ଆମେରିକାର ୱାସିଂଟନ ପୋଷ୍ଟ୍‌ରେ ଏ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏଲ୍‌ଆଇସି ଏହାକୁ ଖଣ୍ଡନ କରିଛି। ୱାସିଂଟନ ପୋଷ୍ଟର ରିପୋର୍ଟରେ କରାଯାଇଥିବା ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କୁହାଯାଇଛି। ଏକ ବିବୃତିରେ ଏଲ୍‌ଆଇସି ସ୍ପଷ୍ଟ କରିଛି ଯେ ଏହାର ନିବେଶ ନିଷ୍ପତ୍ତି ସ୍ବାଧୀନ ଭାବେ ନିଆଯାଇଥିଲା। ବୋର୍ଡ ଦ୍ବାରା ସ୍ଥାପିତ ନୀତି ‌ଅନୁସାରେ ହୋଇଥାଏ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବ୍ୟାପାର ବିଭାଗ କିମ୍ବା ଅନ୍ୟ କୌଣସି ସଂସ୍ଥାର ନିବେଶ ନି‌ଷ୍ପତ୍ତିରେ କୌଣସି ଭୂମିକା ନଥାଏ ବୋଲି ଏକ୍ସରେ ଏକ ପୋଷ୍ଟ୍‌ କରି ଏଲ୍‌ଆଇସି କହିଛି। ଏଥିସହିତ ନିବେଶ ନିଷ୍ପତ୍ତି ନିୟାମକ ବ୍ୟବସ୍ଥା ଅନୁସାରେ ଏବଂ ଅଂଶଧାରୀମାନଙ୍କ ସର୍ବୋତ୍କୃଷ୍ଟ ସ୍ବାର୍ଥକୁ ଦୃଷ୍ଟିରେ ରଖି କରାଯାଇଥାଏ। 

ଆଦାନୀ ଗ୍ରୁପ୍‌ କମ୍ପାନିରେ ଏଲ୍‌ଆଇସିର ପ୍ରାୟ ୩.୯ ବିଲିଅନ ଡଲାର (ପ୍ରାୟ ୩୨ ହଜାର କୋଟି ଟଙ୍କା) ନିବେଶ ପାଇଁ ଅଧିକାରୀମାନେ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିଥିବା ରିପୋର୍ଟକୁ ନିଗମ ଖଣ୍ଡନ କରିଛି। ଏଭଳି କୌଣସି ଚିଠା କିମ୍ବା ଯୋଜନା ହୋଇନାହିଁ ବୋଲି ଏଲ୍‌ଆଇସି କହିଛି। ୨୦୨୫ ମେ ମାସରେ ଆଦାନୀ ପୋର୍ଟସ୍‌ ଏବଂ ଏସ୍‌ଇଜେଡ୍‌ରେ ଏଲ୍‌ଆଇସିର ୫୭୦ ନିୟୁତ ଡଲାର ନିବେଶ ପ୍ରସଙ୍ଗକୁ ୱାସିଂଟନ ପୋଷ୍ଟରେ ଉଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe