Advertisment

ଆଦାନି ସେୟାର ବିକିଲେ ୧୧ ହଜାର କୋଟି ଲାଭ କରିବ ଏଲ୍‌ଆଇସି

Advertisment

କିଣା ମୂଲ୍ୟ ଥିଲା ୩୦,୧୨୭ କୋଟି, ଏବେର ମୂଲ୍ୟ ୪୧,୦୮୭ କୋଟି

କିଣା ମୂଲ୍ୟ ଥିଲା ୩୦,୧୨୭ କୋଟି, ଏବେର ମୂଲ୍ୟ ୪୧,୦୮୭ କୋଟି

ଆଦାନି ସେୟାର ବିକିଲେ ୧୧ ହଜାର କୋଟି ଲାଭ କରିବ ଏଲ୍‌ଆଇସି

Aaj Tak

ନୂଆଦିଲ୍ଲୀ: ସେୟାର ମୂଲ୍ୟରେ ହେରଫେର, ଆକାଉଣ୍ଟ୍‌ ଜାଲିଆତି ଓ ଜାଲ୍‌ କଂପାନି ଗଠନ ଭଳି ଅଭିଯୋଗକୁ ସାମ୍ନା କରୁଥିବା ଶିଳ୍ପପତି ଗୌତମ ଆଦାନିଙ୍କ ବିଭିନ୍ନ କଂପାନିରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ବିପୁଳ ପରିମାଣର ନିବେଶ କରିଥିବାରୁ ଯଦି ଆଦାନି ଗ୍ରୁପ୍ ବୁଡ଼ିଯିବ ତେବେ ଏଲ୍‌ଆଇସିର କିଣିଥିବା ଗ୍ରାହକମାନେ କ୍ଷତି ସହିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଫଳରେ ଏହାକୁ ନେଇ ପଲିସିଧାରକମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି।

ଷ୍ଟକ ବଜାର ତଥ୍ୟରୁ ଜଣାପଡ଼ିଛି ଯେ ଏଲ୍‌ଆଇସି ଗ୍ରୁପ୍‌ ଅଧୀନରେ ଥିବା ୬ଟି କଂପାନିର ୫୦.୯୮ କୋଟି ସେୟାର ଏଲ୍‌ଆଇସି ପାଖରେ ରହିଛି। ନିକଟରେ ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରାଡ଼ କହିଥିଲେ ଯେ ଆଦାନିର ବିଭିନ୍ନ କଂପାନିର ଇକ୍ବିଟି ସେୟାରକୁ ଏଲ୍‌ଆଇସି ୩୦,୧୨୭ କୋଟି ଟଙ୍କାରେ କିଣିଥିଲା। ହିଣ୍ଡେନ୍‌ବର୍ଗ ଅଭିଯୋଗ ପରେ ଆଦାନି କଂପାନିଗୁଡ଼ିକର ସେୟାର ମୂଲ୍ୟ କମୁଥିବା ବେଳେ ଏଲ୍‌ଆଇସିର ନିବେଶ ମୂଲ୍ୟ ମଧ୍ୟ ହ୍ରାସ ପାଇଥିଲା। ମାତ୍ର ଗତ କିଛି ଦିନ ହେଲାଣି ଆଦାନି କଂପାନିଗୁଡ଼ିକର ସେୟାର ମୂଲ୍ୟ ପୁଣି ଥରେ ବଢ଼ିବା ଆରମ୍ଭ କରିଛି। ଏହାର ପ୍ରଭାବରେ ଆଦାନି ଗ୍ରୁପ୍‌ର ଏଲ୍‌ଆଇସିର ନିବେଶ ମୂଲ୍ୟ ଏବେ ୪୧,୦୮୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଯଦି ଏଲ୍‌ଆଇସି ଏବେ ସବୁ ସେୟାର ବିକିଦେବ ତେବେ କିଣା ମୂଲ୍ୟ ଅନୁସାରେ ୧୧ ହଜାର କୋଟି ଟଙ୍କା ଲାଭରେ ରହିବ।

ଆଦାନି ବି‌ରୋଧରେ ହିଣ୍ଡେନ୍‌ବର୍ଗ ଅଭିଯୋଗ କରିବା ପରେ ତାହାକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। ଏଭଳି ଏକ କଂପାନିରେ କାହିଁକି ଏଲ୍‌ଆଇସି ନିବେଶ କଲା ବୋଲି ବିଭିନ୍ନ ମହଲରେ କଂପାନିକୁ ସମାଲୋଚନା କରାଯାଉଛି। ଏଠାରେ ସାଧାରଣ ଲୋକମାନେ ଜାଣି ରଖିବା ଦରକାର ଯେ ଷ୍ଟକ ବଜାରରେ ସେୟାର ମୂଲ୍ୟ ହ୍ରାସ ପାଇଲେ ନିବେଶ ମୂଲ୍ୟ କମିଥାଏ ଏବଂ ବଢ଼ିଲେ ବଢ଼ିଥାଏ। ସେଥିପାଇଁ ଯେଉଁ କ୍ଷତି ହେଉଛି ବୋଲି କୁହାଯାଉଛି ତାହା ଆପେକ୍ଷିକ। ଯଦି ଦାମ୍ କମ୍ ଥିବା ବେଳେ ସେୟାର ବିକ୍ରି କରାନଯିବ ତେବେ କୌଣସି କ୍ଷତି ହେବ ନାହିଁ। ଦାମ୍ ଉଚ୍ଚା ଥିବା ବେଳେ ସେୟାର ବିକିଲେ ଲାଭ ମିଳିବ। ଆଦାନି କଂପାନିରେ ଏଲ୍‌ଆଇସିର ନିବେଶ ମୂଲ୍ୟ ଇତି ମଧ୍ୟରେ ୩୬ ପ୍ରତିଶତ ଅଧିକ ରହିଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆଦାନିର ସବୁ ସେୟାରକୁ ଯଦି ଏଲ୍‌ଆଇସି ବିକିଦେବ ତେବେ ଆଦୌଁ କ୍ଷତି ସହିବ ନାହିଁ। ଆଦାନି ବୁଡ଼ିଗଲେ ଏଲ୍‌ଆଇସି କ୍ଷତି ସହିବ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ଅମୂଳକ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe