୬୫ ବର୍ଷରେ ଏଲ୍‌ଆଇସିର ପଦାର୍ପଣ

Advertisment
୬୫ ବର୍ଷରେ ଏଲ୍‌ଆଇସିର ପଦାର୍ପଣ

Hindustan Times

ମୁମ୍ବାଇ: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ୬୫ ବର୍ଷରେ ପଦାର୍ପଣ କରିଛି। ଆସନ୍ତାକାଲି ଏହା ୬୪ ବର୍ଷର ଯାତ୍ରା ପୂରଣ କରିବ। ୧୯୫୬ରେ ୫ କୋଟି ଟଙ୍କାର ପ୍ରାରମ୍ଭିକ ପୁଞ୍ଜିରୁ ଏହା ଯାତ୍ରା ଆରମ୍ଭ କରିଥିଲା। ବର୍ତ୍ତମାନ ଏଲ୍‌ଆଇସି ପାଖରେ ୩୧,୯୬,୨୧୪.୮୧ କୋଟି ଟଙ୍କାର ସମ୍ପତ୍ତି ରହିଛି। ଜାତୀୟ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଥିବା ଏହି ସଂସ୍ଥା ପଲିସିଧାରକମାନଙ୍କ ପାଇଁ ଶ୍ରେଷ୍ଠ ପ୍ଲାନ୍ ଘୋଷଣା କରିବାରେ ଅଗ୍ରଦୂତ ସାଜିଛି। ସମାଜର ଲାଭ ପାଇଁ ଏହା ୩୦,୬୯,୯୪୨ କୋଟି ଟଙ୍କାର ପାଣ୍ଠି ନିବେଶ କରିଛି। ବର୍ତ୍ତମାନ ଏଲ୍‌ଅରଇସିର ଆଠଟି ଜୋନାଲ୍‌ ଅଫିସ, ୧୧୩ ଡିଭିଜନାଲ୍ ଅଫିସ, ୭୪ ଗ୍ରାହକ ଜୋନ୍, ୨୦୪୮ ଶାଖା, ୧୫୨୬ ସାଟେଲାଇଟ୍‌ କାର୍ଯ୍ୟାଳୟ, ୩୩୫୪ ଲାଇଫ୍‌ ପ୍ଲସ୍‌ ଅଫିସ ଓ ୩୧,୫୫୬ ପ୍ରିମିୟମ୍ ପଏଣ୍ଟ୍‌ ରହିଛି। କଂପାନି ପାଇଁ ପ୍ରାୟ ଏକ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

୧୨ ଲକ୍ଷରୁ ଅଧିକ ଏଜେଣ୍ଟ୍‌ ଓ ୨୮.୯୨ କୋଟିରୁ ଅଧିକ ପଲିସିଧାରକ ଏହା ପାଖରେ ରହିଛନ୍ତି। କଂପାନି ପକ୍ଷରୁ ଏଣ୍ଡାଓମେଣ୍ଟ୍‌, ଟର୍ମ ଆସ୍ୟୁରାନ୍ସ, ଶିଶୁ, ପେନ୍‌ସନ୍, ଲଘୁ ବୀମା, ସ୍ବାସ୍ଥ୍ୟ ବୀମା ଓ ୟୁନିଟ୍ ଲିଙ୍କଡ୍ ପଲିସି ବିକ୍ରି କରାଯାଉଛି। ୨୦୧୯-୨୦ ଆର୍ଥିକ ବର୍ଷରେ କଂପାନି ନୂଆ ବ୍ୟବସାୟରେ ୨୫.୧୭ ପ୍ରତିଶତ ବୃଦ୍ଧି ହାସଲ କରିଛି। ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା କଂପାନି ୧.୭୮ ଲକ୍ଷ କୋଟି ଟଙ୍କାର ପ୍ରିମିୟମ୍ ସଂଗ୍ରହ କରି ୬୮.୭୪ ପ୍ରତିଶତ ବଜାର ଅଂଶ ହାସଲ କରିଛି। କଂପାନି ପଲିସି କ୍ଷେତ୍ରରେ ୭୫.୯୦ ପ୍ରତିଶତ ବଜାର ଅଂଶ ହାସଲ କରିଥିବା ବେଳେ ୨.୧୯ କୋଟି ନୂଆ ପଲିସି ଜାରି କରିଛି। ଆଲୋଚ୍ୟ ବର୍ଷରେ କଂପାନି ୧,୫୯,୭୭୦ କୋଟି ଟଙ୍କାର ଦାବି ସମାଧାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe