UNITED NEWS OF INDIA
ମୁମ୍ବାଇ : କାନାଡ଼ାର ବ୍ୟବସାୟୀ ପ୍ରେମ୍ ୱାତ୍ସାଙ୍କ ଫେୟାରଫାକ୍ସ ଗ୍ରୁପ୍ ଏବଂ ଉଦ୍ୟୋଗୀ କାମେଶ ଗୋୟଲଙ୍କ ଦ୍ବାରା ସ୍ଥାପିତ ଗୋ ଡିଜିଟ୍ ଲାଇଫ୍ ଇନସ୍ୟୁରାନ୍ସ କମ୍ପାନିକୁ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ଜୀବନ ବୀମା ଲାଇସେନ୍ସ ପ୍ରଦାନ କରିଛି। ଫଳରେ କମ୍ପାନି ଭାରତରେ ଜୀବନ ବୀମା ବ୍ୟବସାୟ ଆରମ୍ଭ କରିପାରିବ। ଚଳିତବର୍ଷ ଗୋ ଡିଜିଟ୍ ତୃତୀୟ କମ୍ପାନି ଭାବେ ଆଇଆରଡିଏଏଆଇ ଠାରୁ ଜୀବନ ବୀମା ଲାଇସେନ୍ସ ହାସଲ କରିଛି। ପୂର୍ବରୁ ଏକୋ ଏବଂ କ୍ରେଡିଟ ଆକ୍ସେସ ଗ୍ରାମୀଣକୁ ଜୀବନ ବୀମା ଲାଇସେନ୍ସ ମିଳିଥିଲା।
Follow Us