ଲାଇଫ୍‌ ଷ୍ଟାଇଲ୍‌ ଟ୍ରେଣ୍ଡ୍‌ : ଡିଜିଟାଲ୍‌ ଉପହାର

ଲାଇଫ୍‌ ଷ୍ଟାଇଲ୍‌ ଟ୍ରେଣ୍ଡ୍‌ : ଡିଜିଟାଲ୍‌ ଉପହାର

ନୂଆବର୍ଷକୁ ପାଳନ କରିବା ପାଇଁ ଲୋକମାନଙ୍କ ମନରେ ପ୍ରବଳ ଉତ୍ସାହ ଥାଏ। ବଣଭୋଜିଠାରୁ ଆରମ୍ଭ କରି କାର୍ଡ ପ୍ରଦାନ ଓ ଉପହାର ଦିଆନିଆ ମାଧ୍ୟମରେ ନୂଆବର୍ଷର ଖୁସିକୁ ମନାଇଥାନ୍ତି। ଚଳିତବର୍ଷ ଏଥିରେ ଯୋଡ଼ି ହୋଇଯାଇଛି ଡିଜିଟାଲ ଉପହାର। ଲୋକମାନେ, ବିଶେଷକରି ଯୁବବର୍ଗ ଓ କର୍ପୋରେଟ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିମାନେ ଏହି ଉପହାର ପ୍ରଦାନ କରୁଛନ୍ତି। ଯେଉଁମାନଙ୍କ ପାଖରେ ଉପହାର କିଣିବା ପାଇଁ ସମୟ ନାହିଁ ସେମାନଙ୍କ ପାଇଁ ଏହା ଏକ ସହଜ ମାଧ୍ୟମ ପାଲଟିଛି। ମୋବାଇଲ ଫୋନ୍‌ର ଆପ୍‌କୁ ବ୍ୟବହାର କରି ହେଉ କିମ୍ବା ଇଣ୍ଟରନେଟ୍‌ ବ୍ୟାଙ୍କିଂ ଜରିଆରେ ଅତି ସହଜରେ ଏହି ଉପହାର ନିଜର ପ୍ରିୟଜନ ଓ ବନ୍ଧୁମାନଙ୍କୁ ପଠାଇ ହେଉଛି।

ମୋବାଇଲ ଜରିଆରେ ରେସ୍ତୋରାଁରେ ଟେବୁଲ ବୁକିଂ କରିବାଠୁ ଆରମ୍ଭ କରି ବନ୍ଧୁଙ୍କୁ ଇ-କମର୍ସ କମ୍ପାନିର ଭାଉଚର ପ୍ରଦାନ କରିବା ପର୍ଯ୍ୟନ୍ତ ବିଭିନ୍ନ ଉପାୟରେ ଡିଜିଟାଲ ଉପହାର ଦିଆଯାଉଛି। ଲୋକମାନେ ମସାଜ୍‌ ପାର୍ଲର ଓ ସ୍ପା ଏବଂ ରେସ୍ତୋରାଁରେ ବ୍ୟବହାର ହେଉଥିବା କୁପନ୍‌ ଓ ଭାଉଚରକୁ ଉପହାର ଆକାରରେ ପ୍ରଦାନ କରୁଛନ୍ତି। ଏହି ଭାଉଚର ଗୁଡ଼ିକୁ ସହଜରେ ମୋବାଇଲ ଆପ୍‌ ଜରିଆରେ ପଠାଇ ହେଉଛି। ବ୍ୟାଙ୍କଗୁଡ଼ିକ ମଧ୍ୟ ଡିଜିଟାଲ ଭାଉଚର୍‌ ଗ୍ରାହକମାନଙ୍କୁ ପ୍ରଦାନ କରୁଛନ୍ତି। ସପିଙ୍ଗ ମଲ୍‌ଗୁଡ଼ିକରେ ମଧ୍ୟ ଭାଉଚର୍‌ ଏବଂ ଡିଜିଟାଲ୍‌ କୁପନ୍‌ ଉପଲବ୍ଧ ହେଉଛି ଯାହାକୁ ଖରିଦ କରି ଲୋକମାନେ ନିଜ ପ୍ରିୟଜନ ଏବଂ ବନ୍ଧୁମାନଙ୍କୁ ଉପହାର ଦେଇପାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe