ନୂଆଦିଲ୍ଲୀ: ଚୀନ କମ୍ପାନି ‘ଓ୍ଵାନ୍ପ୍ଲସ’ ୨୦୧୯ରେ ନିଜର ପ୍ରଥମ ୫ଜି ସ୍ମାର୍ଟଫୋନ୍ ବଜାରକୁ ଛାଡ଼ିପାରେ। ଯଦି ପ୍ରକ୍ରିୟା ଠିକ୍ଠାକ ଚାଲିବ ତା’ହେଲେ କମ୍ପାନି ପକ୍ଷରୁ ଓ୍ଵାନ୍ପ୍ଲସ୍୭ ମୋବାଇଲ୍ ବଜାରକୁ ଆସିବ। ଏହି ସ୍ମାର୍ଟଫୋନ୍ ଫିଚର ବାବାଦରେ ତଥ୍ୟ ବାହାରକୁ ଆସି ନଥିବା ବେଳେ ଏକ ଫଟୋ ଟୁଇଟର ମାଧ୍ୟମରେ ସାମ୍ନାକୁ ଆସିଛି। ଟୁଇଟରରୁ ଏହି ଫୋନ୍ର ଡିଜାଇନ୍ ଜଣାପଡ଼ିଛି।
ଏହି ଲିକ୍ ଫଟୋର ଟିପ୍ସର ଈଶାନ ଅଗ୍ରଓ୍ଵାଲ୍ ନାଁରେ ଜଣେ ବ୍ୟକ୍ତି ନିଜର ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଓ୍ଵାନ୍ପ୍ଲସର ୨ ଜଣ ଅଧିକାରୀ ନିଜ ନିଜ ମଧ୍ୟରେ ଆଲୋଚନା କରୁଛନ୍ତି। ଆଲୋଚନା କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କମ୍ପାନିର ସିଇଓ ପିଟ ଲାଉ। ଫଟୋରୁ ଯାହା ଜଣାପଡୁଛି ଏହି ଫୋନ୍ ଓ୍ଵାନ୍ପ୍ଲସ୭ ହୋଇପାରେ। ମାତ୍ର ଏହା ସ୍ପଷ୍ଟ ନୁହେଁ।
ଫଟୋରେ ଏକ ଫୋନ୍ ପ୍ରେଜେଣ୍ଟେସନ ସ୍କ୍ରିନ ରହିଛି। ସ୍କ୍ରିନ ସାମ୍ନାରେ ପିଟ୍ ଲାଉ ଦେଖାଯାଉଛନ୍ତି। ଫଟୋରେ ଫୋନ୍ର ପଛ ପାର୍ଶ୍ୱ କେବଳ ଦେଖାଯାଉଛି। ଏଥିରେ ଉଭୟ ରିୟର କ୍ୟାମେରା ଦେଖାଯାଉଛି।
Follow Us