ଗ୍ଲେନେଗାଲ୍‌ସ ଗ୍ଲୋବାଲ୍‌ ହସ୍ପିଟାଲ୍‌ରେ ଯକୃତ ରୋଗ ଚିକିତ୍ସା

Advertisment
ଏସ୍‌ଏଚ୍‌ଜି ହାତକୁ ଯିବ ଡାକ୍ତରଖାନା ପରିଚାଳନା ଦାୟିତ୍ବ

CyberSafe

ଭୁବନେଶ୍ବର: ହାଇଦ୍ରାବାଦର ଗ୍ଲେନେଗାଲ୍‌ସ ଗ୍ଲୋବାଲ୍ ହସ୍ପିଟାଲ୍‌ ପକ୍ଷରୁ ଏବେ ଭୁବନେଶ୍ବରରେ କୋଭିଡ୍‌-୧୯ର ପ୍ରକୋ କମିବା ପରେ ପୁଣି ଆରମ୍ଭ ହୋଇଛି। ହସ୍ପିଟାଲ୍‌ର ଏୟାରପୋର୍ଟ ଛକ ନିକଟରେ ଥିବା ଗ୍ଲେନେଗାଲ୍‌ସ ଗ୍ଲୋବାଲ୍ ଇନ୍‌ଫର୍ମେସନ ସେଣ୍ଟର୍‌ରେ ଚଳିତ ମାସ ୧୧ ତାରିଖ ଦିନ ରୋଗୀମାନେ ହେପାଟୋଲୋଜି ଓ ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ର ସିନିୟର କନସଲଟାଣ୍ଟ୍‌ ଡକ୍ଟର ଚନ୍ଦନ କୁମାର କେ ଏନ୍‌ଙ୍କ ସହ ପରାମର୍ଶ କରିପାରିବେ। ପ୍ରତି ମାସର ଦ୍ବିତୀୟ ଶନିବାର ଏହି ସେବା ଭୁବନେଶ୍ବରରେ ଉପଲବ୍ଧ ହେବ ବୋଲି ହସ୍ପିଟାଲ୍‌ର ସିଇଓ ଗୌରବ ଖୁରାନା କହିଛନ୍ତି। ଲିଭର ସିରୋସିସ୍, ଦୀର୍ଘସ୍ଥାୟୀ ଯକୃତ ରୋଗ, ଆଲେକୋହଲ ଯୋଗୁଁ ଯକୃତ ସମସ୍ୟା, ହେପାଟାଇଟିସ୍, ଜଣ୍ଡିସ୍‌ ଭଳି ସମସ୍ୟା ପାଇଁ ରୋଗୀମାନେ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ ବୋଲି ସଂସ୍ଥା ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe