ଋଣ ଜାଲିଆତି: ଏଚ୍‌ଡିଆଇଏଲ୍‌ ପ୍ରତିଷ୍ଠାତାଙ୍କୁ ବାନ୍ଧିଲା ସିବିଆଇ

Advertisment
ଋଣ ଜାଲିଆତି: ଏଚ୍‌ଡିଆଇଏଲ୍‌ ପ୍ରତିଷ୍ଠାତାଙ୍କୁ ବାନ୍ଧିଲା ସିବିଆଇ

loan fraud

ନୂଆଦିଲ୍ଲୀ: ଋଣ ଜାଲିଆତି ମାମଲାରେ ହାଉସିଂ ଡେଭେଲପ୍‌ମେଣ୍ଟ୍‌ ଆଣ୍ଡ୍ ଇନଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ (ଏଚ୍‌ଡିଆଇଏଲ୍‌)ର ପ୍ରତିଷ୍ଠାତା ରାକେଶ ୱାଧୱାନ ଓ ସାରଙ୍ଗ ୱାଧୱାନଙ୍କୁ ସିବିଆଇଗିରଫ କରିଛି। ସହାୟକ ସଂସ୍ଥା ଗୁରୁଆଶିଷ କନଷ୍ଟ୍ରକ୍ସନ ମାଧ୍ୟମରେ ୧୪୦ କୋଟି ଟଙ୍କର ଋଣ ଠକେଇ କରିଥିବା ଅଭିଯୋଗ ସେମାନଙ୍କ ନାମରେ ରହିଛି। ଏହା ବ୍ୟତୀତ ବହୁ ଚର୍ଚ୍ଚିତ ପଞ୍ଜାବ ଆଣ୍ଡ୍‌ ମହାରାଷ୍ଟ୍ର କୋଅପରେଟିଭ୍ (ପିଏମ୍‌ସି) ବ୍ୟାଙ୍କରେ ହୋଇଥିବା ୪୩୦୦ କୋଟି ଟଙ୍କା ଜାଲିଆତିରେ ମଧ୍ୟ ଏହି ଦୁଇ ବ୍ୟବସାୟୀ ସମ୍ପୃକ୍ତ ଥିଲେ।

ୱାଧ୍‌ୱାନଙ୍କ କଂପାନି ଗୁରୁଆଶିଷ କନଷ୍ଟ୍ରକ୍ସନ ମୁମ୍ବାଇରେ ରିଅଲ ଇଷ୍ଟେଟ୍‌ କାରବାର କରୁଥିଲା। ୟେସ୍‌ ବ୍ୟାଙ୍କଠାରୁ ଏହି ସଂସ୍ଥା ୨୦୦ କୋଟି ଟଙ୍କାର ଋଣ ନେଇଥିଲା, କିନ୍ତୁ ପରେ ତାହାକୁ ପରିଶୋଧ କରିନଥିଲା। ସେହି ମାମଲାରେ ‌ସିବିଆଇ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ପିଏମ୍‌ସି ବ୍ୟାଙ୍କରେ ହୋଇଥିବା ଦୁର୍ନୀତି ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମଧ୍ୟ ସେମାନଙ୍କ ବିରୋଧରେ ତଦନ୍ତ ଜାରି ରଖିଛି।

ୱାଧୱାନଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ମୁମ୍ବାଇରେ ୪୦ ଏକର ଜମିରେ ପାଞ୍ଚଟି ପର୍ଯ୍ୟାୟରେ ରିଅଲ ଇଷ୍ଟେଟ୍‌ ପ୍ରକଳ୍ପ କରିବା ଲାଗି ମହାରାଷ୍ଟ୍ର ହାଉସିଂ ଆଣ୍ଡ୍‌ ଏରିଆ ଡେଭେଲପ୍‌ମେଣ୍ଟ୍‌ ଅଥରିଟି ସହ ଏହା ଚୁକ୍ତି କରିଥିଲା। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ୨୦୧୭ ଡିସେମ୍ବରରେ ଶେଷ ହେବାର ଥିଲା ଓ ସେତିରେ ୧୦୨୨ କୋଟି ଟଙ୍କା ନିବେଶ ହେବାର ଥିଲା। ସେହି କାଗଜପତ୍ର ଦେଖାଇ କଂପାନି ୨୦୧୦ରେ ୨୦୦ କୋଟି ଟଙ୍କାର ଋଣ ନେଇଥିଲା। ୨୦୧୪ରେ ସେହି ଖାତା ଏନ୍‌ପିଏରେ ପରିଣତ ହୋଇଥିଲା। ଫରେନ୍ସିକ୍ ଅଡିଟ୍‌ ହେବାରୁ ଜଣାପଡ଼ିଥିଲା ଯେ କଂପାନି ନେଇଥିବା ଋଣରୁ ୧୦୦ କୋଟି ଟଙ୍କା ବେଆଇନ ଭାବେ ମୂଳ କଂପାନି ଏଚ୍‌ଡିଆଇଏଲ୍‌କୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ସେ ସମ୍ପର୍କିତ କୌଣସି କାଗଜପତ୍ର ରଖାଯାଇନାହିଁ। ହିସାବ ଖାତା ଦେଖାଇବାରେ ମଧ୍ୟ କଂପାନି ସହଯୋଗ କରୁନଥିଲା। ବ୍ୟାଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ମନ୍ଦ ଉଦ୍ଦେଶ୍ୟ ରଖି ଋଣ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe