୨୩ ହଜାର କୋଟି ଋଣ ଠକେଇ: ଅଭିଯୁକ୍ତଙ୍କ ନାଁରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି

୨୩ ହଜାର କୋଟି ଋଣ ଠକେଇ: ଅଭିଯୁକ୍ତଙ୍କ ନାଁରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି

ନୂଆଦିଲ୍ଲୀ : ପାଞ୍ଚ ବର୍ଷରେ ୨୮ଟି ବ୍ୟାଙ୍କରୁ ୨୩ ହଜାର କୋଟି ଟଙ୍କାର ଠକେଇ କରିଥିବା ଗୁଜରାଟର ଜାହାଜ କଂପାନି ଏବିଜି ସିପ୍‌ୟାର୍ଡର ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଖୋଜୁଛି ସିବିଆଇ। ଏହି ଠକେଇରେ ଜଡ଼ିତ ଥିବା ବ୍ୟକ୍ତିମାନଙ୍କୁ ଦେଶ ଛାଡ଼ି ପଳାୟନ କରିବାରୁ ଅଟକାଇବା ଲାଗି ବିମାନବନ୍ଦରଗୁଡ଼ିକୁ ଆଲର୍ଟ ଜାରି କରାଯାଇଛି। ଆଇନ ପ୍ରଣୟନକାରୀ ସଂସ୍ଥା ଖୋଜୁଥିବା କୌଣସି ବ୍ୟକ୍ତି ଯେଭଳି ଦେଶ ଛାଡ଼ିବାରେ ସଫଳ ନହୁଅନ୍ତି ତାହା ନିଶ୍ଚିତ କରିବା ଲାଗି ବିମାନବନ୍ଦରଗୁଡ଼ିକୁ କୁହାଯାଇଛି। ଦେଶର ବିଭିନ୍ନ ସୀମାକୁ ମଧ୍ୟ ସେହି ନୋଟିସ୍ ପଠାଯାଇଛି।

କଂପାନିର ପୂର୍ବତନ ସିଏମ୍‌ଡି ରିଷି କମ୍‌ଲେଶ ଅଗ୍ରୱାଲ୍ ଓ ଅନ୍ୟ ୮ ଜଣଙ୍କ ନାମରେ ସିବିଆଇ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଛି। ଏହି ସମସ୍ତ ବ୍ୟକ୍ତି ଦେଶ ଭିତରେ ଅଛନ୍ତି ବୋଲି ସିବିଆଇ ଅନୁମାନ କରୁଛି। ସେମାନଙ୍କ ବିଦେଶ ପଳାୟନକୁ ରୋକିବା ଲାଗି ଲୁକ୍ଆଉଟ୍‌ ସର୍କୁଲାର ଜାରି କରାଯାଇଛି। ଏବିଜି ସିପ୍‌ୟାର୍ଡ ହେଉଛି ଏବିଜି ଗ୍ରୁପ୍‌ର ଏକ ସଂସ୍ଥା। ଏହି ସଂସ୍ଥା ଜାହାଜ ତିଆରି ଓ ମରାମତି କାର୍ଯ୍ୟ କରୁଥିଲା। ଏହାର ନିର୍ଦେଶକମାନେ ହେଉଛନ୍ତି ସୁଶିଲ କୁମାର ଅଗ୍ରୱାଲ୍, ରବି ବିମଲ ନେଭେଟିଆ, ସନ୍ଥନାମ ମୁଥୁସ୍ବାମି ଓ ଅଶ୍ବିନୀ କୁମାର। ଲୁକ୍‌ଆଉଟ୍‌ ସର୍କୁଲାରରେ ସେମାନଙ୍କ ନାମ ରହିଛି। କଂପାନି ବ୍ୟାଙ୍କଗୁଡ଼ିକ ଠାରୁ ନେଇଥିବା ଋଣକୁ ୯୮ଟି ସଂସ୍ଥା ମାଧ୍ୟମରେ ବିଭିନ୍ନ ସ୍ଥାନକୁ ଏଭଳିକି ଦେଶ ବାହାରକୁ ପଠାଇଥିବା ଜଣାପଡ଼ିଛି। ୨୦୧୯ ଏପ୍ରିଲ୍‌ରୁ ୨୦୨୦ ମାର୍ଚ୍ଚ ଭିତରେ କଂପାନିର ଖାତାକୁ ବିଭିନ୍ନ ବ୍ୟାଙ୍କ ଠକେଇ ଭାବେ ଘୋଷଣା କରିଥିଲେ। କଂପାନିର ବିଦେଶରେ ଥିବା ଶାଖା ସଂସ୍ଥାକୁ ବହୁ ପାଣ୍ଠି ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe