ଏଟିଏମ୍‌ରୁ ମିଳିପାରିବ ପର୍ସନାଲ ଲୋନ୍‌, ବ୍ୟାଙ୍କ ଯିବାକୁ ପଡ଼ିବ ନାହିଁ

Advertisment
ଏଟିଏମ୍‌ରୁ ମିଳିପାରିବ ପର୍ସନାଲ ଲୋନ୍‌, ବ୍ୟାଙ୍କ ଯିବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ: ଏଣିକି ଆପଣ ବ୍ୟାଙ୍କ ବ୍ୟତୀତ ଏଟିଏମରୁ ମଧ୍ୟ ଋଣ ନେଇପାରିବେ। ତାହା ପୁଣି ମାତ୍ର ୧୦ ସେକେଣ୍ଡ ମଧ୍ୟରେ। ତେବେ ଏହି ସୁବିଧା ବର୍ତ୍ତମାନ ଦେଶର କେତେକ ବ୍ୟାଙ୍କରେ ଉପଲବ୍ଧ ରହିଛି।

ସୂଚନା ମୁତାବକ, ଏଟିଏମ ଜରିଆରେ ବ୍ୟାଙ୍କ ଆପଣଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପର୍ସନାଲ ଲୋନ ଦେଇ ପାରିବେ। ଯାହାକି ଆପଣଙ୍କୁ ଆପଣଙ୍କର ଆକାଉଣ୍ଟରେ ପହଞ୍ଚାଇ ଦିଆଯିବ । ତେବେ ଲୋନ ଦେବା ପୂର୍ବରୁ ବ୍ୟାଙ୍କ ଆପଣଙ୍କର ସିଭିଲ ସ୍କୋର ଏବଂ ଦରମାକୁ ମଧ୍ୟ ଧ୍ୟାନରେ ରଖିବ । ଏହା ପରେ ହିଁ ଆପଣ ପର୍ସନାଲ ଲୋନର ଆମାଉଣ୍ଟ ପ୍ରୋସେସ କରିପାରିବେ । ଯଦି ଆପଣଙ୍କର ଦରମା ଏବଂ ସିଭିଲ ସ୍କୋର ଭଲ ନଥିବ ତେବେ ଆପଣଙ୍କର ଲୋନ ରିଜେକ୍ଟ କରିଦିଆଯିବ।

ଘରୋଇ ସେକ୍ଟରର ବଡ଼ ବ୍ୟାଙ୍କ ଆଇସିଆଇସିଆଇ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପର୍ସନାଲ ଲୋନ ଦେଉଛି। ଏହି ଲୋନ୍‌ ଜଣେ ଗ୍ରାହକ ଏଟିଏମ୍‌ ଜରିଆରେ ଆବେଦନ କରିପାରିବ। ଋଣ ସଂପର୍କିତ ସମସ୍ତ ସୂଚନା ଏଟିଏମ୍‌ରୁ ହିଁ ମିଳିପାରିବ। ସେହିପରି ଏଚ୍‌ଡିଏଫସି ବ୍ୟାଙ୍କ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ୍‌ ହୋଇଛି। ତେବେ ଯେଉଁ ଗ୍ରାହକଙ୍କର ଏଚ୍‌ଡିଏଫସି ବ୍ୟାଙ୍କରେ ଦରମା ଖାତା ରହିଛି କିମ୍ବା କର୍ପୋରେଟ୍‌ ଆକାଉଣ୍ଟ ଅଛି, ସେମାନେ ଏହି ସୁବିଧା ହାସଲ କରିପାରିବେ। ପର୍ସନାଲ ଲୋନକୁ ୫ ବର୍ଷ ମଧ୍ୟରେ ସୁଧ ସହ ଫେରସ୍ତ ଦେବାକୁ ହେବ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପୂଜା ଅଫର ଜରିଆରେ କେତେକ ଲୋନ ଉପରେ ପ୍ରୋସେସିଂ ଫିକୁ ବାଦ ଦେଇଛି। ବ୍ୟାଙ୍କ କାର ଲୋନ, ପର୍ସନାଲ ଗୋଲ୍‌ଡ ଲୋନ ଏବଂ ପର୍ସନାଲ ଲୋନକୁ ପ୍ରୋସେସ କରିବା ଉପରେ ୧୦୦ ପ୍ରତିଶତ ଛାଡ କରିଛି । କାର ଲୋନକୁ ପ୍ରୋସେସ କରିବା ଉପରେ ଏହି ଛାଡ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିଛି । ସେହିପରି ପର୍ସନାଲ ଗୋଲ୍‌ଡ ଲୋନର ପ୍ରୋସେସିଂ ଉପରେ ୫୦ ପ୍ରତିଶତ ଛାଡ ୩୧ ଅକ୍ଟୋବର ଯାଏଁ ଜାରି ରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe