Image Courtesy of Zee News
ନୂଆଦିଲ୍ଲୀ: ଏକ ସଙ୍କଳ୍ପଭିତ୍ତିକ ବ୍ୟବସ୍ଥା ଦ୍ବାରା କୋଭିଡ୍-୧୯ଜନିତ ଚାପରେ ସମ୍ମୁଖୀନ ହେଉଥିବା ଋଣଗ୍ରହୀତାମାନଙ୍କୁ ଦୀର୍ଘ ସ୍ଥାୟୀ ଆଶ୍ବସ୍ଥି ମିଳିପାରିବ, କିନ୍ତୁ ଲକ୍ଡାଉନ୍ ପରିପ୍ରେକ୍ଷୀରେ ଋଣ ଉପରେ ମୋରାଟରିୟମ୍ ଅସ୍ଥାୟୀ ସମାଧାନ ବୋଲି ଗୁରୁବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି।
ଏକ ସମ୍ବାଦପତ୍ରର କାର୍ଯ୍ୟକ୍ରମରେ ଅଭିଭାଷଣ ପ୍ରଦାନ କରି ଦାସ କହିଲେ, କୋଭିଡ୍-୧୯ କର୍ଭ ଏବଂ ଅନ୍ୟାନ୍ୟ ଦିଗ ସମ୍ବନ୍ଧରେ ସ୍ପଷ୍ଟତା ଆସିଗଲେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମୁଦ୍ରାସ୍ଫୀତି ଓ ଅଭିବୃଦ୍ଧି ଉପରେ ଆକଳନ ପ୍ରଦାନ ଆରମ୍ଭ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ମୂଲ୍ୟ ହ୍ରାସ ହେଉ କି, ନୀତି ପଦକ୍ଷେପ ହେଉ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତା’ର ଶସ୍ତ୍ର ଶେଷ କରିନାହିଁ।
ମାର୍ଚ ୨୭ ତାରିଖ ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସମସ୍ତ ବାଣିଜ୍ୟିକ ବ୍ୟାଙ୍କ୍, ସମବାୟ ବ୍ୟାଙ୍କ୍, ଅଲ୍-ଇଣ୍ଡିଆ ଫାଇନାନ୍ସିଆଲ୍ ଇଷ୍ଟିଚ୍ୟୁସନ୍, ଏବଂ ଏନ୍ବିଏଫ୍ସିଗୁଡ଼ିକୁ ମାର୍ଚ ୧, ୨୦୨୦ ପର୍ଯ୍ୟନ୍ତ ବକେୟା ଥିବା ସମସ୍ତ ଋଣ କିସ୍ତି ପରିଶୋଧ ଉପରେ ତିନି ମାସ ମୋରାଟରିୟମ୍ ପାଇଁ ଅନୁମତି ଦେଇଥିଲା। ମେ ମାସରେ ଆହୁରି ତିନି ମାସ ଅର୍ଥାତ୍ ଅଗଷ୍ଟ ୩୧ ଯାଏଁ ଋଣ କିସ୍ତି ପରିଶୋଧ ଉପରେ ମୋରାଟରିୟମ୍ ବୃଦ୍ଧି ଘୋଷଣା କରିଥିଲା।
Image Courtesy of Zee Businessଶ୍ରୀ ଦାସ ଗୁରୁତ୍ବାରୋପ କରି କହିଛନ୍ତି ଯେ, ମହାମାରୀ ଦମନ ପରବର୍ତ୍ତୀକାଳୀନ ନିର୍ଦ୍ଧାରିତ ପଥ ସତର୍କତାର ସହ ଖୋଲାଯିବା ଆବଶ୍ୟକ। ଅର୍ଥିକ କ୍ଷେତ୍ର ସ୍ବଭାବିକତାକୁ ଫେରିବା ଆବଶ୍ୟକ। କିନ୍ତୁ, ସେ ସ୍ପଷ୍ଟ କରି କହିଛନ୍ତି ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଯେ, ଅବିଳମ୍ବେ ଏହି ପଦକ୍ଷେପ ଗ୍ରହଣ କରିପକାଇବା ତାହା ଭାବିବା ଅନୁଚିତ।
ଦେଶରେ ବ୍ୟାଙ୍କିଙ୍କ୍ ସେକ୍ଟର୍ ସୁସ୍ଥ ଓ ସ୍ଥିର ଥିବା କଥା କହି ଶ୍ରୀ ଦାସ କହିଲେ ବ୍ୟାଙ୍କ୍ କାର୍ଯ୍ୟଦକ୍ଷତା ଅଧିକ ଗରୁତ୍ବପୂର୍ଣ୍ଣ। ଜାଲିଆତି ଏଡ଼ାଇବା ନିମନ୍ତେ ବ୍ୟାଙ୍କ୍ ବ୍ୟବସ୍ଥା ଉନ୍ନତ କରିବାକୁ ବ୍ୟାପକ ପରିସର ରହିଛି। ବ୍ୟାଙ୍କ୍ ଚାପର ବଶବର୍ତ୍ତୀ ହେବା କହିବା ସହଜ କଥା କିନ୍ତୁ, ଏହି ସବୁ ଆହ୍ବାନ ପ୍ରତି ବ୍ୟାଙ୍କ୍ କିଭଳି ପ୍ରତିକ୍ରିୟାଶୀଳ ହେଉଛି ଓ ମୁକାବିଲା କରୁଛି ତାହା ଅଧିକ ଗରୁତ୍ବପୂର୍ଣ୍ଣ। ଏହାଛଡ଼ା ଶ୍ରୀ ଦାସ ମଧ୍ୟ ମହାମାରୀ ମୁକାବିଲାରେ ସରକାରଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି।
Follow Us