ଋଣ ମୋରାଟୋରିଅମ୍ ଅବଧି ବଢ଼ାଅନି: ପାରେଖ

Advertisment
କେନ୍ଦ୍ରର ମୋଟ ଋଣ ୧୫୯ ଲକ୍ଷ କୋଟି ଟଙ୍କା

Businessday.ng

ମୁମ୍ବାଇ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଋଣ ନେଇଥିବା ଗ୍ରାହକମାନଙ୍କୁ ଦିଆଯାଇଥିବା ମୋରାଟୋରିଅମ୍‌ ସୁବିଧାର ଅବଧି ଆଉ ନବଢ଼ାଇବା ଲାଗି ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଅଧ୍ୟକ୍ଷ ଦୀପକ ପାରେଖ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଅନୁରୋଧ କରିଛନ୍ତି। ଗତ ମାର୍ଚ୍ଚରେ ଲକ୍‌ଡାଉନ୍ ଘୋଷଣା ହେବା ପରେ ଋଣ ନେଇଥିବା ଗ୍ରାହକଙ୍କୁ ୬ ମାସ ପାଇଁ ମୋରାଟୋରିଅମ୍ ସୁବିଧା ଦିଆଯାଇଛି। ଏହି ଅବଧି ଅଗ‌ଷ୍ଟରେ ଶେଷ ହେଉଛି। ଏକ କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ସେ ଏହି ଅନୁରୋଧ କରିଥିଲେ। ତାହାର ଉତ୍ତରରେ ଶକ୍ତିକାନ୍ତ କହିଛନ୍ତି ବର୍ତ୍ତମାନ ଏହା ଉପରେ କୌଣସି ମତାମତ ଦେଇହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe