ଫେବ୍ରୁଆରିରୁ ଲମ୍ବା ଟ୍ବିଟ୍‌ କରିହେବ

Advertisment
ବିଶ୍ବବ୍ୟାପୀ ‘ଏକ୍ସ’ରେ ଘଣ୍ଟାଏ ବିଭ୍ରାଟ

Image Courtesy of Hindustan Times

ନୂଆଦିଲ୍ଲୀ: ବିଶ୍ବର ଅଗ୍ରଣୀ ସୋସିଆଲ ମିଡିଆ ଟ୍ବିଟରରେ କେତେକ ପରିବର୍ତ୍ତନ ଆଣିବା ଲାଗି ଏହାର ନୂଆ ମାଲିକ ଏଲନ୍ ମସ୍କ ସଙ୍କେତ ଦେଇଛନ୍ତି। ସେଥିରୁ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଲମ୍ବା ଟ୍ବିଟ୍‌। ବର୍ତ୍ତମାନ ବ୍ୟବହାରକାରୀମାନେ କେବଳ ୨୮୦ ଶବ୍ଦ ମଧ୍ୟରେ ଟ୍ବିଟ୍‌ କରିପାରୁଛନ୍ତି। ମାତ୍ର ଚଳିତ ବର୍ଷ ଫେବ୍ରୁଆରିରୁ ସେମାନେ ଲମ୍ବା ଟ୍ବିଟ୍‌ କରିବାର ସୁଯୋଗ ପାଇବେ। ସେଥିରେ ଅକ୍ଷର କଟକଣା ଅନେକାଂଶରେ କୋହଳ ହେବ। ଟ୍ବିଟରର ୟୁଜର ଇଣ୍ଟରଫେସ୍‌‌‌ରେ ବ୍ୟାପକ ପରିବର୍ତ୍ତନ ଅଣାଯିବ। ବାମ ଓ ଡାହାଣକୁ ସ୍ବାଇପ୍ କରିବା ସୁବିଧା ମଳିବ।

ଆସନ୍ତା ସପ୍ତାହରୁ ସେହି ସୁବିଧା ମିଳିବ। ସେହିପରି ବୁକ୍‌ମାର୍କ ବଟନ୍‌ ବ୍ୟବସ୍ଥା ଆସିବ ବୋଲି ମଧ୍ୟ ମସ୍କ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଆଉ ଏକ ଖବର ମିଳିଛି ଯେ ଟ୍ବିଟରରେ ପୁଣି କିଛି କର୍ମଚାରୀଙ୍କୁ ଛଟେଇ କରିବା ଲାଗି ମସ୍କ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେ ଏହି କଂପାନିକୁ ଅଧିଗ୍ରହଣ କରିବା ବେଳେ ସେଥିରେ ୭୫୦୦ ଲୋକ କାମ କରୁଥିଲେ। କିଣିବା ମାତ୍ରେ ସେ ସେଥିରୁ ୩୫୦୦ କର୍ମଚାରୀଙ୍କୁ ବିଦା କରିଥିଲେ। ଏବେ ଆହୁରି କିଛି କର୍ମଚାରୀଙ୍କୁ ବିଦା କରିବାକୁ ଯୋଜନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe